ଏହି ଗ୍ରାମରୁ ପ୍ରାୟ ୨୩ ଜଣ ଚାଷୀ ୨୦୧୨ମସିହାରେ ଆବେଦନ କରିଥିଲେ। ଚାଷୀ ଅଭିଯୋଗ କରିଛନ୍ତି ବେଆଇନ ଭାବେ ଆବେଦନ ସମୟରେ ଚାଷୀଙ୍କ ପିଛା ୩୦୦ ଟଙ୍କା ଦେଇଥିଲେ ପୁଣି ଥରେ ଫିଲ୍ଡ ଭେରିଫିକେସନ୍ରେ ପ୍ରତ୍ୟେକ ଚାଷୀ ୧୦୦ରୁ ୨୦୦ ଟଙ୍କା, ପୁଣି ଭାଇବ୍ରେସନ ଟେଷ୍ଟ ପାଇଁ ଯାଇଥିବା ଅଧିକାରୀ ଗାଁକୁ ଯାଇ ପ୍ରତି ଚାଷୀଙ୍କ ପିଛା ୩୦୦ ରୁ ୫୦୦ ଟଙ୍କା ମାଗିବାରୁ କଳେ କଟିଯିବ ଭୟରେ ଚାଷୀ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି। ଟଙ୍କା ଦେବାପରେ ୨ଟି ସ୍ଥାନରେ ନଳକୂପ ଖନନ କରାଯାଇଥିଲା ପରେ ଆଉ ଏକ ନଳକୂପ ଅଧା ଖନନ କରି ଖନନ କାର୍ଯ୍ୟକୁ ବନ୍ଦ କରି ସେଠାରୁ ପଳାଇ ଯାଇଥିଲା ଚାଷୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ସହକାରୀ ଜିଲ୍ଲାପାଳ କହିଛନ୍ତି ଚାଷୀ ମାନେ ମୋତେ ଅଭିଯୋଗ କରିଛନ୍ତି ଏହାର ଇନକ୍ବାରି ପାଇଁ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ଚାଷୀ କିପରି ଭାବରେ ଅଧିକ ପରିମାଣରେ ଚାଷୀ କରି ଲାଭବାନ ହେବେ ସେଥିପାଇଁ ଅନେକ ଯୋଜନା ଅଛି କିନ୍ତୁ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ଆଜି ଯୋଜନା ଗୁଡିକ ବାଟବଣା ହେବାର ଦେଖିବାକୁ ମିଳିଛି।