2019ମସିହାରେ ମା'ଙ୍କ ଅଲୌକିକ ଲୀଳା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିଲା। କିନ୍ତୁ ପ୍ରଶାସନର ଖାମଖିଆଲି ନୀତି ପାଇଁ ଆଜି ମା'ଙ୍କ ପୀଠ ଅବହେଳିତ। ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ପର୍ଯ୍ୟଟକ ମାନେ ମା'ଙ୍କ ଦର୍ଶନ କରିବାକୁ ଆସିଥାନ୍ତି ଓ ମାନସିକ ଭୋଗଲାଗି କରିଥାନ୍ତି। ତେବେ ଗୋଜବାୟାଣୀଙ୍କ ମନ୍ଦିର ପରିସରରେ ଅପରିଷ୍କାର ପରିବେଶ ସାଙ୍ଗକୁ ପିଇବା ପାଣି ଓ ଶୌଚାଳୟ ନଥିବାରୁ ଶ୍ରଦ୍ଧାଳୁ ମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।
ପ୍ରତିଦିନ ମା'ଙ୍କ ମନ୍ଦିରରେ ଆମିଷ ଭୋଗ ଲାଗି କରାଯାଇଥାଏ। ମାନସିକ ଧାରି ଭକ୍ତ ମାନେ ମା'ଙ୍କୁ ମାଟି ଘୋଡା ସାଙ୍ଗକୁ ପୋଡା ମାଛ ଓ କ୍ଷିରୀ ଭୋଗ କରିଥାନ୍ତି। ଅନେକ ସମୟରେ ବୁଧବାର ଶୁକ୍ରବାର ଓ ରବିବାର ପିକନିକ ପାଇଁ ଦୂର ଦୁରାନ୍ତରୁ ବିଭିନ୍ନ ସାମାଜିକ ସଂଗଠନ କାର୍ଯ୍ୟକର୍ତ୍ତା ମାନେ ଏକଜୁଟ ହୋଇ ଭୋଜି କରିଥାନ୍ତି। ଯାହା ପାଇଁ ମନ୍ଦିର ପରିସରରେ ଅଳିଆ ଆବର୍ଜନା ଭରିରହିଥାଏ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ସଫେଇ ନ ହେବାରୁ ପରିବେଶ ଦୂଷିତ ହୋଇପଡିଛି। ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ଶକ୍ତିପୀଠଟି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ କିମ୍ଵା ମନ୍ତ୍ରୀ ଅତନୁ ସବ୍ୟସାଚୀ ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର