ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟନୁସାରେ ଓଡ଼ିଶାର 8 ଲକ୍ଷ 80 ହଜାର ପଞ୍ଜିକୃତ ଶିକ୍ଷିତ ବେରୋଜଗାର ରହିଛନ୍ତି। ଏହି ଶିକ୍ଷିତ ବେରୋଜଗାର ଯୁବକ ଯୁବତୀଙ୍କୁ କେବେ ନିଯୁକ୍ତି ମିଳିବ ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ରାଜନୀତି ଖବର ଆହୁରି ପଢନ୍ତୁ ।
ଅର୍ଗସ ବ୍ୟୁରୋ: ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ କରିଛନ୍ତି ରାଜ୍ୟ ସରକାର।ଅନ୍ୟପଟେ ଏହି ଘୋଷଣାକୁ ପୂର୍ବ ଘୋଷଣା ପରି ଯୁବପିଢିଙ୍କୁ ସରକାର ନିରାଶ ନକରନ୍ତୁ। କେଉଁ ବିଭାଗର କେତେ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ ରାଜ୍ୟ ସରକାର ସେନେଇ ସ୍ପଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଠିକା ନିଯୁକ୍ତି ଉଛେଦ୍ଦ ନେଇ ଘୋଷଣା ପରେ ରାଜ୍ୟ ସରକାରଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର। ସେହିପରି ଜିଆରଏସ, ଗାଁ ସାଥି ଏବଂ ହୋମଗାର୍ଡ ମାନେ କେବେ ନିୟମିତ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି। 2013 ମସିହାରେ ନିଜେ ନେଇଥିବା ଐତିହାସିକ ଭୁଲକୁ ସ୍ବୀକାର କରି ରାଜ୍ୟସରକାର କିଞ୍ଚିତ ସମାଧାନ କରିବାର ପ୍ରୟାସ କରିଛନ୍ତି।