ପ୍ରଥମେ ଯଦି ଦେଖିବା ପକ୍କାଘର କଥା, ତେବେ ଏଠି ବାଟ ହୁଡୁଛି ଆବାସ ଯୋଜନା । ଅଭାବ ଅନାଟନରେ ବୁଡି ରହିଛନ୍ତି ଏକାଧିକ ଗରିବ ଖଟିଖିଆ ଆଦିବାସୀ ପରିବାର। କେତେବେଳେ ଖୋଲା ଆକାଶ ତଳେ ତ ପୁଣି କେତେବେଳେ ଭଙ୍ଗା ଦଦରା ଘରର ବାରଣ୍ଡାରେ ଜୀବନ କାଟୁଛନ୍ତି ଏକାଧିକ ପରିବାର । ଭଙ୍ଗା ଦଦରା ଘରେ ଯେଉଁଠି ରାତି ପାହିଲେ ପେଟ ପାଇଁ ଚିନ୍ତା କରିବାକୁ ପଡୁଛି ସେଠାରେ ପକ୍କା ଘର ନିର୍ମାଣ କରିବା ପରିବାର ପାଖରେ ଅସମ୍ଭବ ହୋଇ ପଡିଛି । ତେବେ ଚଳିତ ବର୍ଷ ଆବାସ ଯୋଜନାରେ ଅନେକ ତାଲିକା ଭୁକ୍ତ ହୋଇଥିବା ବେଳେ ପରେ ତାଲିକା ରୁ ନାଁ କଟା ଯାଇଥିବା ଅଭିଯୋଗ ହୋଇଛି। ଗାଁରେ ପାନୀୟ ଜଳର ମଧ୍ୟ ସମସ୍ୟା ଲାଗି ରହିଛି । ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ଲାଗିଥିଲେ ମଧ୍ୟ ଲୋକେ ପାନୀୟ ଜଳ ସମସ୍ୟାରେ ଯୁଝି ହେଉଛନ୍ତି । ଗାଁରେ ଗୋଟିଏ ମାତ୍ର ନଳକୂଅ ଅଛି ଯାହାକି ପାଣି ଯୋଗାଇବାରେ ଅସମର୍ଥ । ରାସ୍ତା କଥା ଯଦି ଦେଖିବା ତାହେଲେ ନକହିବା ଭଲ। ଅଧ ଖଣ୍ଡିଆ ଅବସ୍ଥାରେ ପଡି ରହିଛି ରାସ୍ତା କାମ। ଗାଁରେ ଡ୍ରେନ ର ମଧ୍ୟ ବ୍ୟବସ୍ତା ନାହିଁ।
ଅଧିକ ପଢନ୍ତୁ ଓଡ଼ିଶା ଖବର