୧୧ ଦିନର ଆନ୍ଦୋଳନ ପରେ ସୋମବାର ଶିକ୍ଷକ ସଂଗଠନକୁ ଡାକିଥିଲେ ସରକାର। ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକ ପରେ , ଶିକ୍ଷକ ଭବନରେ ବସିଥିଲା ଶିକ୍ଷକ ସଂଘର ଷ୍ଟିୟରିଂ କମିଟି ବୈଠକ। ଗୋଟିଏ ବ୍ୟାନରରେ ଚାଲୁଥିବା ସବୁ ସଂଘଙ୍କ ଭିତରେ ରହିଲାନି ସମନ୍ୱୟ। ଡିସେମ୍ବର ସୁଧା ଦାବି ପୂରଣ ନେଇ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନରୁ ଓହରିବା କଥା ସ୍ପଷ୍ଟ କରିଥିଲେ ଶିକ୍ଷକ ସଂଗଠନର ମହାସଚିବ ଚାରୂଲତା ମହାପାତ୍ର। ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା ସଂଘ। ଡିସେମ୍ବର ସୁଧା ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବା ନେଇ ସ୍ପଷ୍ଟୀକରଣ ରଖିଥିଲେ। ତେବେ ଏ ନିଷ୍ପତ୍ତିକୁ ଏକପାଖିଆ କହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ।
ଏବେ ଏକ ଲକ୍ଷରୁ ଅଧିକ ଶିକ୍ଷକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି... ଏପରି ସ୍ଥିତିରେ ଶିକ୍ଷକ ସଂଘ ଭିତରେ ଫାଟ ସୃଷ୍ଟି କରି ଡିଭାଇଡ ଆଣ୍ଡ ରୁଲ ପଲିସିରେ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର କରିଥିବା ପ୍ଲାନ ଆଗକୁ କେଉଁ ରୁପ ନେଉଛି ତା ଉପରେ ନଜର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର