ଆଉ କେତେଜଣ ଚାଷୀଙ୍କ ଧାନ ଟ୍ରାକ୍ଟର ଡାଲାରେ ଅଛି। ଭାଲେର ମଣ୍ଡିରୁ ଧାନ ଉଠାଇବା ପାଇଁ ଦୁଇଟି ରାଇସମିଲକୁ ଆଲଟମେଣ୍ଟ ହୋଇଛି। ହେଲେ ଗୋଟିଏ ମିଲରୁ ହିଁ ଗାଡି ଆସୁଛି,ସିଏ ପୁଣି ଦିନକୁ ଗୋଟିଏ କି ଦୁଇଟି ଗାଡି। ଫଳରେ ଚାଷୀଙ୍କ ଧାନ ୧୦ରୁ ଅଧିକ ଦିନହେଲା ପଡିରହୁଛି। ମଣ୍ଡିରେ ଚାଷୀ ରହିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ ନାହିଁ,ରାତିରେ ଅନ୍ଧାରରେ ଚାଷୀ ଜଗୁଛି ଧାନ। ଭାଲେର ପ୍ରାଥମିକ କୃଷି ସମବାୟ ସମିତିରେ ୭୨୦ ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଛନ୍ତି। ଟାର୍ଗେଟ ଅଛି ୩୩ ହଜାର କ୍ବିଣ୍ଟାଲ ଧାନ।
ଭାଲେର ଗାଁର ଚାଷୀ ଶ୍ରୀନିବାସ ନାଏକ ସାତଦିନ ହେଲା ୧୭୫ ବସ୍ତା ଧାନ ବିକିବା ପାଇଁ ମଣ୍ଡିରେ ରାତି କାଟିଛନ୍ତି। ଭରତବାହାଲର ବିଶିକେଶନ ୧୨୦ ବସ୍ତା ପାଇଁ ୬ଦିନ, ସେହିପରି ଅଶ୍ବିନି ପଟେଲ ୨୭୦ ବସ୍ତା, ଜଗବନ୍ଧୁ ନାଏକଙ୍କ ୧୦୦ ବସ୍ତା ଧାନ ପାଇଁ ମଣ୍ଡିରେ ଖୋଲାଶଆକାଶ ତଳେ ରାତି କାଟିଛନ୍ତି। ଟ୍ରାକ୍ଟର ଭଡା ଦେଇ କ୍ଷତି ସହିବା ସହ କ୍ବିଣ୍ଟାଲକୁ ୪ କେଜି କଟନୀ ହେଉଥିବା କହୁଛନ୍ତି ଚାଷୀ।
ଏତିକିରେ ସରିନି ବଲାଙ୍ଗିର ଜିଲ୍ଲାରେ ଧାନକିଣାର ଅବ୍ୟବସ୍ଥା। ମଣ୍ଡିରେ ଭୂତଧାନ,ଦଲାଲ ଧାନ ଓ ବେପାରୀ ଧାନ ଉଠୁଛି କିନ୍ତୁ ଚାଷୀ ଧାନ ଉଠାଇବାକୁ କୁନ୍ଥୁକୁନ୍ଥୁ ମିଲମାଲିକ। ଏପରିକି କ୍ରସର ମିଲରୁ ରାଇସ ମିଲକୁ ଧାନ ଯାଉଥିବା ନେଇ ପୂର୍ବରୁ ଅର୍ଗସ କ୍ୟାମେରାରେ କଏଦ ହୋଇଥିଲା ଦୃଶ୍ୟ। ଏତେ ସବୁ ଅବ୍ୟବସ୍ଥା ଅଭିଯୋଗ ହେଉଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି ଯୋଗାଣ ବିଭାଗ। ସନ୍ଦେହ ଘେରରେ ଯୋଗାଣମନ୍ତ୍ରୀ ଓ ଅଧିକାରୀ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।