ସେମାନଙ୍କ ଅଭିଯୋଗ ମୁତାବକ ୨୦୦୭ମସିହାରୁ ସେମାନଙ୍କୁ କଙ୍କଡାହାଡ ତହସିଲ ପକ୍ଷରୁ ମିଳିଥିବା ଜଙ୍ଗଲ ଜମିରେ ସେମାନେ ଗତ ୩ବର୍ଷ ହେବ ଧାନ ଚାଷ କରି ଆସୁଛନ୍ତି। କିନ୍ତୁ ସେହି ଗ୍ରାମର କିଛି ଖଳ ପ୍ରକୃତିର ଲୋକ ପ୍ରତିବର୍ଷ ଅମଳ ପୂର୍ବରୁ କ୍ଷେତରୁ ବଳପୂର୍ବକ ଅସ୍ତ୍ର ଶସ୍ତ୍ର ଧରି ଧାନ କାଟି ନେଉଛନ୍ତି। ତେଣୁ ଏ ନେଇ ସ୍ଥାନୀୟ ପୋଲିସକୁ ଅଭିଯୋଗ ପରେ ବି ପୋଲିସ କର୍ଣ୍ଣପାତ କରୁନାହିଁ। ତେବେ ଚଳିତବର୍ଷ ମଧ୍ୟ ସେମାନେ ଧାନ ଚାଷ କରି ଥିବା ବେଳେ,ଗତ କାଲି ଠାରୁ ପୂର୍ବ ଭଳି କିଛି ଲୋକ ବଳପୂର୍ବକ ସେମାନଙ୍କ ଧାନ କାଟି ନେଉଛନ୍ତି। ଏ ନେଇ ଆଜି କାମାକ୍ଷାନଗର ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ଜିଲ୍ଲାପାଳ ସ୍ଥାନୀୟ ଏସଡିପିଓ ଓ ତହସିଲଦାରଙ୍କୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବଳପୂର୍ବକ କାଟି ନେଉଛନ୍ତି ଆଦିବାସୀଙ୍କ ଧାନ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୀଧରପୁର (କଙ୍କଣ )ଗ୍ରାମର ଭୂମିଜ ସମ୍ପ୍ରଦାୟ ଆଦିବାସୀ ଲୋକଙ୍କ ଧାନ କ୍ଷେତରୁ ବଳପୂର୍ବକ ଧାନ କାଟି ନେଉଛନ୍ତି ଗ୍ରାମର କିଛି ଖଳ ପ୍ରକୃତିର ଲୋକ। ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଦଣ୍ଡାୟମାନ ହୋଇ ଅଭିଯୋଗ କରିଛନ୍ତି ଭୂମିଜ ସମ୍ପ୍ରଦାୟ ଲୋକ।
Download Argus News App
