ଏନେଇ ସେ ନିଜ ସଂଘର କର୍ମକର୍ତ୍ତାଙ୍କୁ ବ୍ୟାଗ ସମ୍ପର୍କରେ ଅବଗତ କରିଥିଲେ । ସମସ୍ତଙ୍କ ଉପସ୍ଥିତିରେ ବ୍ୟାଗ ଖୋଲାଯାଇଥିବା ବେଳେ ବ୍ୟାଗ ଊିତରେ 10 ଲକ୍ଷରୁ ଅଧିକା ଟଙ୍କାର ସୂନା ଅଳଙ୍କାର, ଟଙ୍କା ଓ କିଛି କାଗତ ପତ୍ର ପାଇଥିଲେ । ଏହା ସହ ବ୍ୟାଗରେ ବ୍ୟାଗ ଛାଡିଦେଇଥିବା ବ୍ୟକ୍ତିଙ୍କ ପରିଚୟ ପତ୍ର ରହିଥିଲା । ଏହାକୁ ଭିତ୍ତି କରି ସେ ତାଙ୍କ କର୍ମଚାରୀ ମାନଙ୍କ ସହ ଯେଉଁ ସ୍ଥାନରେ ସିମାଞ୍ଚଳକୁ ଛାଡିଥିଲେ ତାର ଦୁଇରୁ ତିନି ଘଣ୍ଟା ପରେ ସେହି ସ୍ଥାନରେ ପହଞ୍ଚି ବ୍ୟାଗଟିକୁ ହସ୍ତାନ୍ତର କରିଥିଲେ । । ଏହା ସହ ନିଜ ବ୍ୟାଗ ଓ ବ୍ୟାଗରେ ଥିବା ସୁନା ଓ ଟଙ୍କା ସୁରକ୍ଷିତ ଭାବେ ପାଇପାରିଥିବାରୁ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟ ପଣିଆକୁ ଧନ୍ୟବାଦ ଜଣାଇଛନ୍ତି ସିମାଞ୍ଚଳଙ୍କ ସମ୍ପର୍କୀୟ ।
ସେପଟେ ସିମାଦ୍ରୀଙ୍କ ଏଭଳି ସଚ୍ଚୋଟପଣିଆକୁ ନେଇ ଅନ୍ୟ ଅଟୋ ଚାଳକମାନେ ଭୂରି ଭୂରି ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।ଅଟୋ ଚାଳକଙ୍କ ଏଭଳି ଏକ ମହାନ କାର୍ଯ୍ୟକୁ ନେଇ ଗୋଷାଣୀନୂଆଗାଁ ଓମ ବିହାର ଦିପକ୍ ରେସିଡେନସିର କମିଟି ସଦସ୍ୟ ମାନେ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଓମ୍ ବିହାର ଓ ଶକ୍ତି ନଗର ୟୁଥ୍ କମିଟି ସହ ଭାରତୀୟ ଶିକ୍ଷା ଓ ସାସ୍କୃତିକ ପରିଷଦର କର୍ମକର୍ତ୍ତା ମାନେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି ଅଟୋ ଡ୍ରାଇଭରଙ୍କୁ ଓପଢୌକନ ଦେଇ ସମ୍ୱର୍ଦ୍ଦିତ କରିଛନ୍ତି । ଅଟୋ ଚାଳଙ୍କ ଏଭଳି କାର୍ଯ୍ୟକୁ ପ୍ରଶସା କରିଛନ୍ତି ସଭିଏଁ ।
ପୂର୍ବରୁ ଜଣେ ମହିଳା ନିଜର ସୂନା ହାର ଅଟୋରେ ଛାଡିଦେଇଥିବା ବେଳେ ବ୍ରହ୍ମପୁର ସିଟି ବସଷ୍ଟାଣ୍ଡର ଅଟୋ ଚାଳକ ମହିଳାଙ୍କୁ ସୂନା ଅଳଙ୍କର ଫେରାଇଥିବା ବେଳେ ଏବେ ପୁଣି ବ୍ରହ୍ମପୁର ରେଳ ଷ୍ଟେସନର ଅଟୋ ଚାଳକଙ୍କ ଏଭଳି ମହାନ କାର୍ଯ୍ୟ ସମାଜରେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲିଟିଥିବା ବେଳେ ତାଙ୍କରି ଏଭଳି କାମକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: