ଯଜ୍ଞ ନିମନ୍ତେ ୩୩ ଜଣ ସୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଥିଲା । ସେପଟେ ଆଜିଠାରୁ ଯଜ୍ଞ ଆରମ୍ଭ ହେବ । ସେଥିପାଇଁ ଉତ୍ତର ଦ୍ୱାର ପଟେ ହୋଇଥିବା ଯଜ୍ଞଶାଳା ଓ ଶିଳାନ୍ୟାସ ସ୍ଥଳରେ କରାଯାଇଛି ସ୍ୱତନ୍ତ୍ର ଆୟୋଜନ । ସମ୍ପୁର୍ଣ୍ଣ ଅଂଚଳକୁ ଛାମୁଣ୍ଡିଆରେ ସୁନ୍ଦର ଭାବେ କରାଯାଇଥିବା ବେଳେ ସ୍ୱତନ୍ତ୍ର ବିଧି ବିଧାନରେ କରାଯାଇଛି ଯଜ୍ଞ ସ୍ଥଳ ଓ ଅଙ୍କୁରାରୋପଣ ପାଇଁ ଗୃହ ।
ଆହୁରି ଅଧିକ ଓଡ଼ିଶା ଖବର ପଢ଼ନ୍ତୁ ...
ଗତକାଲି ଏହି ଉତ୍ସବ ଲାଗି ଗଜପତି ମହାରାଜଙ୍କ ଗୁଆଟେକ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ସମ୍ପୁର୍ଣ୍ଣ ଅଂଚଳକୁ କଡା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି । ଭୂମି ପୂଜନ ଉତ୍ସବର ମୁଖ୍ୟ କର୍ତ୍ତା ଭାବେ ଗଜପତି ମହାରାଜା ଯଜ୍ଞ ଶାଳାରେ ଉପସ୍ଥିତ ରହିବା ସହିତ ପୂର୍ଣ୍ଣାହୁତି ଦେବେ । ୨୪ ତାରିଖ ଦିନ ୧୦.୩୦ରୁ ୧୧ଟା ଭିତରେ ଗଜପତି ପୂର୍ଣ୍ଣାହୁତି ସମ୍ପର୍ଣ୍ଣ କରିବେ । ପୂର୍ଣ୍ଣାହୁତିରେ ଯୋଗଦେଇ ଦିନ ୧୧ଟା ସୁଦ୍ଧା ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଏହି ପ୍ରକଳ୍ପକୁ ଜମି ଦାନ କରିଥିବା ୧୩୬ ପରିବାର ଓ ୧୮ଟି ମଠକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ ।