ଧରା ପଡିଲେ କଟିବ ୨୫ ହଜାର ଟଙ୍କାର ଜୋରିମାନା । ଏମିତି କି ଜେଲ ବି ଯାଇପାରନ୍ତି ଅଭିଭାବକ । ୨୫ ବର୍ଷ ପାଇଁ ରଦ୍ଦ ହେବ ଗାଡ଼ି ମାଲିକଙ୍କ ଲାଇସେନ୍ସ,ସିଜ୍ ହେବ ଗାଡି। ଗତ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ ମୋଟ ୨୫ ହଜାର ୯୩୪ ଜଣଙ୍କ ଜୀବନ ଯାଇଛି। ଉଦବେଗଜନକ ତଥ୍ୟ ହେଲା କେବଳ 2021ରେ ହିଁ ଗାଡି ଚଳାଇ ୧୫୫ ଜଣ 18 ରୁ କମ ବୟସର ପିଲାଙ୍କ ମୃତ୍ୟୁ ହୋଇଛି। ଯାହା ମଧ୍ୟରେ 133 ଜଣ ବାଳକ 23 ଜଣ ବାଳିକା ଅଛନ୍ତି। ଯାହା ପରିବହନ ବିଭାଗର ଚିନ୍ତା ବଢାଇଛି । ସେଥିପାଇଁ ମଙ୍ଗଳବାରଠୁ ନିୟମ କଡାକଡି ଭାବେ ପାଳନ କରିବାକୁ ଯାଉଛି ପରିବହନ ବିଭାଗ।
ବିଧାନସଭା ତଥ୍ୟ କହୁଛି, ଗତ ୫ ବର୍ଷ ଭିତରେ ରାଜ୍ୟରେ ସଡକ ଦୁର୍ଘଟଣାରେ ମୋଟ ୨୫ ହଜାର ୯୩୪ ଜଣଙ୍କ ଜୀବନ ଯାଇଥିବା ବେଳେ ୫୧ ହଜାର ୮୭୩ ଜଣ ଆହତ ହୋଇଛନ୍ତି । ଚିନ୍ତାର ବିଷୟ ହେଲା ୨୦୨୧ ଅପେକ୍ଷା ୨୦୨୨ରେ ନଭେମ୍ବର ସୁଦ୍ଧା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ୯.୦୯ ପ୍ରତିଶତ ବଢିଛି । ସେଥିପାଇଁ ଏପ୍ରିଲ ପହିଲାରୁ ସଡ଼କ ଦୁର୍ଘଟଣାରେ ଜିରୋ ଟଲରାନ୍ସ ନୀତି କାର୍ଯ୍ୟକାରୀ କରିବ ପରିବହନ ବିଭାଗ। ବିନା ହେଲମେଟ, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ଲାଇସେନ୍ସ ଥିବା ଗାଡ଼ି ଚାଳକଙ୍କୁ ରୋକାଯିବ। ଗତ ତିନି ବର୍ଷ ଅର୍ଥାତ୍ ୨୦୧୯-୨୧ ପର୍ଯ୍ୟନ୍ତ ୧୯ ହଜାର ୮୦୭ ଟି ସଡ଼କ ଦୁର୍ଘଟଣାରେ ୯ ହଜାର ୪୯୫ ଜଣଙ୍କ ଜୀବନ ଯାଇଛି । ମଦ୍ୟପାନ, ଗାଡ଼ି ଚଳାଇବା ବେଳେ ଫୋନରେ କଥାବାର୍ତ୍ତା ଏବଂ ଓଭର ସ୍ପିଡ଼ିଂ ଯୋଗୁଁ ଏହି ଦୁର୍ଘଟଣା ହୋଇଛି। ଏହାକୁ ଦେଖି ପରିବହନ ବିଭାଗ ନିୟମ କଡ଼ାକଡ଼ି କରିବାକୁ ଯାଉଥିବାରୁ ସ୍ଵାଗତ କରିଛନ୍ତି ଅଭିଭାବକ।
ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ଏକ କମିଟି ଗଠନ କରିଥିଲେ ସୁପ୍ରିମକୋର୍ଟ । ବର୍ଷକୁ ୧୦ ପ୍ରତିଶତ ହାରରେ ୫ବର୍ଷ ମଧ୍ୟରେ ଦୁର୍ଘଟଣା ହାର ୫୦ ପ୍ରତିଶତକୁ କମାଇବାକୁ ଏହି କମିଟି ନିର୍ଦ୍ଦେଶ ଦେଇଥିଲା । ହେଲେ ରାଜ୍ୟରେ ଏହାର ଓଲଟା ଦେଖିବାକୁ ମିଳିଛି। ଫଳସ୍ବରୂପ ଆସନ୍ତା ମାସର ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ସପ୍ତାହ ଭାବେ ପାଳନ କରାଯାଉଥିବା ବେଳେ ଏପ୍ରିଲ 7 ତାରିଖ ପଯ୍ୟନ୍ତ ପ୍ରତିଦିନ ଏହି ସ୍ବତନ୍ତ୍ର ଅଭିଯାନ ଚଳାଇବ ପରିବହନ ବିଭାଗ ।
ଅଧିକ ପଢନ୍ତୁ ଓଡିଶା ଖବର