ଅନ୍ୟପଟେ କେସ୍ ଲୋଡ କମିଛି, ବର୍ତ୍ତମାନ ଆମେ ଅନଲକ ଟ୍ରାକରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ତେବେ ମଲ୍ ଖୋଲିବା ପୂର୍ବରୁ ଡବଲ ଡୋଜ ନେଇଥିବା ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯାଉ । ସେହିପରି ମଲ୍ ଭିତରେ ଫୁଡ କୋର୍ଟ ବନ୍ଦ ରଖାଯାଉ । ସେହିପରି ନାଇଟ କର୍ଫ୍ୟୁ ବଳବତ୍ତର ରହିବା ଦରକାର । ଦୋକାନ ବଜାର ୫ଟା ପର୍ଯ୍ୟନ୍ତ ଖୋଲିବା ଅନୁମତି ବଳବତ୍ତର ରହୁ । ଜୀବନ ଜୀବିକା ଦୃଷ୍ଟିରୁ ସପ୍ତାହନ୍ତ ସଟଡ଼ାଉନକୁ ଉଠାଇ ଦିଆଯାଉ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। କଟକ ଭୁବନେଶ୍ୱର ପାଇଁ ସରକାରଙ୍କୁ ତିନି ଚାରିଟି ଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ବୋଲି ସେ କହିଛନ୍ତି ।
ଆଜି ଅଗଷ୍ଟମାସ ପାଇଁ ଘୋଷଣା ହେବ ଗାଇଡଲାଇନ୍

ଭୁବନେଶ୍ୱର: ଆଜି ଅଗଷ୍ଟମାସ ପାଇଁ ଘୋଷଣା ହେବ ଗାଇଡଲାଇନ୍। ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅନଲକ ହେବନି ଓଡ଼ିଶା। କଟକ ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ୫ଶହ ଉପରେ ରହୁଥିଲା ପିଜିଟିଭ ସଂଖ୍ୟା। ଏବେ ୪ ଶହରେ ରହୁଛି ପଜିଟିଭ ସଂଖ୍ୟା । ତେଣୁ ସମ୍ପୂର୍ଣ୍ଣ ଅନଲକ ହେବନି ରାଜ୍ୟ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
