ସନ୍ଦେହ ଘେରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଲଲିତଙ୍କ ବାପାଙ୍କ ଏଫଆଇଆର ବି ପ୍ରାୟୋଜିତ ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ଆଇନ ତା ବାଟରେ ଯାଉଛି ବୋଲି କହିଥିଲେ । ତେବେ ଆଇନ ବାଟରେ ନା ପାୱାରଫୁଲ୍ ମିନିଷ୍ଟର ନବ ଦାସ ଯେମିତି ଚାହୁଁଛନ୍ତି ତଦନ୍ତ ସେହି ବାଟରେ ଯାଉଛି, ତାହା ହିଁ ବଡ଼ ପ୍ରଶ୍ନ । ନବ ଦାସଙ୍କ ରୋଷେୟା ମୃତ୍ୟୁ ରହସ୍ୟକୁ ଲୁଚାଇବାର ଷଡଯନ୍ତ୍ର ପାୱାରଫୁଲ୍ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହୋଇଛି କି ପ୍ରାୟୋଜିତ ଏଫଆଇଆର ।
ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଜନତାଙ୍କ ମନରେ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡା ସ୍ଥିତ ବାସଭବନରେ ତାଙ୍କ ରୋଷେୟା ଲଲିତ ସାହୁଙ୍କ ମୃତ୍ୟୁକୁ ନେଇ ସସପେନସ ବଢିବାରେ ଲାଗିଛି। ସୁଇସାଇଡ୍ ନା ପ୍ରିପ୍ଲାନ ମର୍ଡର, ତାକୁ ନେଇ ଏବେ ବି ଅସମାହିତ ପ୍ରଶ୍ନ।