ସେପଟେ ପଦବୀରେ ଥାଇ ପ୍ରମାଣ ନଷ୍ଟର ଆଶଙ୍କା ଥିବାରୁ ଉଭୟଙ୍କ ନିଲମ୍ବନ ଦାବୀ କରିଛନ୍ତି ଅଭିଯୋଗକାରୀ । ତେବେ ଲୋକାୟୁକ୍ତଙ୍କ ସମ୍ନାରେ ହେମନ୍ତଙ୍କୁ ପ୍ରଶ୍ନ ବାଣରେ ଛନ୍ଦିଥିଲେ ସୁଦର୍ଶନ ଦାସ । ସୁଦର୍ଶନ ପଚାରିଥିବା ପ୍ରଶ୍ନ ଥିଲା...
- ଅନ୍ୟ ରାଜ୍ୟ ତୁଳନା ରେ କାହିଁକି ଅଧିକ ଦର ରେ ମାକ୍ସ କିଣାଗଲା ?
- 16 ଟଙ୍କାରେ 30 ଲକ୍ଷ ମାସ୍କ ଅର୍ଡର ହୋଇଥିବା ବେଳେ ପଇସା କମାଇବା ପାଇଁ ମୁଲଚାଲ କରାଯାଇଥିଲା କି ?
- କିଣିବା ଆଗରୁ କାହିଁକି ପିପିଇ କିଟ ଟେଷ୍ଟିଙ୍ଗ କରାଯାଇ ନ ଥିଲା ?
- 980 ଟଙ୍କାରେ ଯୋଗାଉଥିବା ସପ୍ଲାୟର ଠାରୁ କମ୍ ଟେଷ୍ଟିଙ୍ଗ କିଟ ଅର୍ଡର କରାଯାଇଥିବା ବେଳେ 1125 ଓ 1321 ଟଙ୍କାରେ ଯୋଗାଉଥିବା ସପ୍ଲାୟର ଠାରୁ କାହିଁକି ଅଧିକ ଅର୍ଡର କରାଗଲା ?
ତେବେ କୌଣସି ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ହେମନ୍ତ ଶର୍ମା ଦେଇପାରିନାହାଁନ୍ତି ବୋଲି ସୁଦର୍ଶନ ଦାସ ଗଣାମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଆଜି ଚୁଡାନ୍ତ ଶୁଣାଣି କରାଯିବ ବୋଲି ପୂର୍ବରୁ ଲୋକାୟୁକ୍ତ କହିଥିଲେ ମଧ୍ୟ ଉଭୟ ପକ୍ଷର ଯୁକ୍ତି ଶୁଣି ରାୟ ସଂରକ୍ଷିତ ରଖିଛନ୍ତି ।