ଆନ୍ଦନ୍ଦ ଟପୋ ମୃତ୍ୟୁ ଘଟଣାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ସଂପୃକ୍ତି ଅଭିଯୋଗ ମାମଲାର ଭୁବନେଶ୍ବର ଡିସିପିଙ୍କ ରିପୋର୍ଟ ଦାଖଲ ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୩ ମାସ ମଧ୍ୟରେ ଭୁବନେଶ୍ବର ଡିସିପି ନିଜେ ଏହି ଘଟଣାରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଦିନ ତଳେ ମଧ୍ୟ ଥନାରେ ଏତଲା ନରଖିବା ପ୍ରସଙ୍ଗରେ ରାଜ୍ୟ ପୋଲିସକୁ ଭର୍ସନା କରିଥିଲେ ଉଚ୍ଚ ଅଦାଲତ। ସତ୍ୟପାଠ ଦାଖଲ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଥାନାରୋ ସାଧାରଣ ଲୋକଙ୍କୁ କିପରି ଉତ୍ତମ ବ୍ୟବହାର ମିଳିବ ସେନେଇ 2019 ଗାନ୍ଧି ଜୟନ୍ତୀରେ ମୋ ସରକାର ବ୍ୟବସ୍ଥା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।
ଲୋକଙ୍ଗ ସହ ନିଜେ କଥା ହୋଇ ଥାନାରେ କପରି ବ୍ୟବହାର ମିଳୁଛି ପଚାରି ବୁଝୁଥିଲେ। କିନ୍ତୁ କିଛି ଦିନ ପରେ ଯାହାକୁ ସେଇଆ। ବାରମ୍ବାର ହାଇକୋଟଙ୍କ ତାଗଦ ମୋ ପୋଲିସର ପାରିବା ପଣିଆ ପଦାରେ ପକାଇ ଦେଇଛି ।