ରାଜ୍ୟରେ ଗତକାଲିଠୁ ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ଅଧିକ ବର୍ଷା ହୋଇଛି। ବର୍ଷା ସାଙ୍ଗକୁ ପ୍ରବଳ ପବନ ମଧ୍ୟ ହୋଇଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ରାଜ୍ୟର ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି, ଖୋର୍ଦ୍ଧାର ବାଣପୁରରେ ୮୧, ଗଞ୍ଜାମର ପୋଲସରାରେ ୭୧.୮, ଜଗତସିଂହପୁରରେ ୬୮ ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୬୫ ମିମି ବର୍ଷା ହୋଇଥିବା ଜଣାଯାଇଛି।
ବର୍ତ୍ତମାନ ଗଭୀର ଅବପାତ ରହିଛି, ଦୁର୍ବଳ ହୋଇ ଅବପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।