ଧୂଳି ଗୁଣ୍ଡରେ ଗାଁ ଲୋକେ ରୋଗାଗ୍ରସ୍ତ ହେଉଥିବା ଅଭିଯୋଗ କରନ୍ତି ଗାଁ ଲୋକେ l ଏହି ପଥର କୁଆରୀ ନିକଟରେ ରିଷିପିଟି ଯୋଗୀମଠ ପର୍ଯ୍ୟଟନ ସ୍ଥଳ ମଧ୍ୟ ରହିଛି l ପ୍ରତିଦିନ ଏଠି ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି ହେଲେ ବେଆଇନ ବିସ୍ପୋରଣ ର ଶବ୍ଦ ସାଙ୍ଗକୁ ଭଙ୍ଗା ପାହାଡ଼ ର ପରିବେଶ ଯୋଗୁଁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି l ଲିଜ ନେଇ ଥିବା ମାଲିକ ମାନେ ମନମୁଖି ଭାବେ ପଥର ରେ ହୋଲ କରି ବେଆଇନ ବ୍ଲାଷ୍ଟିଙ୍ଗ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି l ଗାଁ ନିକଟରେ ପଥର କୁଆରୀ ଥିବାରୁ ବିଭିନ୍ନ ସମସ୍ୟା ଭୋଗୁ ଥିବା ନେଇ ପ୍ରଶାସନ କୁ ଅନେକ ବାର ଗାଁ ଲୋକେ ଜଣାଇ ଥିବା ବେଳେ ସମସ୍ତେ ଚୁପ l ସେପଟେ ଖଡ଼ିଆଳ ତହସିଲଦାର ସିନ୍ଧୁସୁତା ପାତ୍ର ଙ୍କୁ ପଚାରିବାରୁ ସବୁ ଠିକ ଠାକ ଚାଲିଛି କହି କଥାକୁ ଏଡାଇ ଦେଇଛନ୍ତି l
ପଥର କୁଆରୀ ଚାଲିଛି ବେଆଇନ ବିସ୍ପୋରଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ହେଲେ ପ୍ରଶାସନ କହୁଛି ଠିକ ଠାକ ଚାଲିଛି l ଏଠି ଖଡ଼ିଆଳ ତହସିଲ ବିଭାଗ ସଳାସୁତୁରା କରି ଲୋକଙ୍କୁ ଭୁଆଁ ବୁଲାଉଛି କି ଏବଂ କାହିଁକି ଉଚ୍ଚସ୍ତରୀୟ ଅଧିକାରୀ ତଦନ୍ତ କରି ଲୋକଙ୍କ ସମସ୍ୟା ବୁଝୁ ନାହାନ୍ତି l