ହାତୀ ଦେହରେ କେତୋଟି ଗୁଳି ବାଜିଛି ଓ ଦାନ୍ତ କିଏ ନେଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା କହିଛନ୍ତି ରେଞ୍ଜର ସୁବ୍ରତ କୁମାର ବେହେରା । ପୂର୍ବରୁ ନରସିଂହପୁରରୁ ୪ଟି ଓ ବଡମ୍ବାରୁ ୪ଟି ଦନ୍ତା ହାତୀଙ୍କ କଙ୍କାଳ ଠାବ ହୋଇଥିବା ବେଳେ ୨ଟି ଗୁଳି ବିଦ୍ଧ ହାତୀ ଉଦ୍ଧାର ହୋଇଥିଲେ । ସେପଟେ କେନ୍ଦୁଝର ତେଲକୋଇରେ ପୁଣି ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ତେଲକୋଇ ସେକ୍ସନ କଳାପାଟ ସଂରକ୍ଷିତ ଜଙ୍ଗଲରୁ ବର୍ଷକର ହାତୀ ଶାବକର ମୃତଦେହ ଠାବ ହୋଇଛି ।
ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ହାତୀ ଶାବକ ଟି ଅଣ୍ଡିରା ବୋଲି ବିଭାଗ ସୂଚନା ଦେଇଛି । ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ।