ପୁଣି ତୃତୀୟ ଥର ପାଇଁ ମୋନାଲିସ ଗର୍ଭବତୀ ହେବା ସମୟରେ ମୋନାଲିସାଙ୍କ ଦେହ ଅସୁସ୍ଥ ହେବା ଯୋଗୁଁ ଡ଼ାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବେଡ଼ ରେଷ୍ଟ ନେବା ପାଇଁ କହିଥିଲେ । କିନ୍ତୁ ଏହାକୁ ମୋନାଲିସାଙ୍କ ଶଶୁର ଘର ଲୋକେ ଭୃକ୍ଷେପ କରିନଥିଲେ। ତଥାପି ମଧ୍ୟ ବଡ଼ କଷ୍ଟରେ ମୋନାଲିସାଙ୍କ ଝିଅଟିଏ ଜନ୍ମ ହୋଇଥିଲା। ଝିଅ ଜନ୍ମ ହେବାର କିଛି ମାସ ପରେ ସେ ଦୁରାରୋଗ୍ୟ ପାରାଲେସିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ମୋନାଲିସାଙ୍କୁ ଅଧିକ ନିର୍ଯ୍ୟାତନା ଦେବା ସହ ମାରିବାକୁ ଉଦ୍ୟମ କରିବା ନେଇ ଜାଣିବା ପରେ ତାଙ୍କ ପରିବାର ଲୋକେ ଯାଇ ନେଇଆସିଲେ। ଦୀର୍ଘ ଦେଢ଼ ବର୍ଷ ହେଲା ସେ ନିଜ ପରିବାର ଲୋକଙ୍କ ନିକଟରେ ରହୁଛନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜ ଝିଅ ଓ ସ୍ବାମୀଙ୍କ ନିକଟକୁ ଫେରିବାକୁ ଚାହୁଁଥିବା ବେଳେ ତାଙ୍କୁ ଗ୍ରହଣ କରିବା ନିମନ୍ତେ ମନା କରୁଛନ୍ତି ତାଙ୍କ ଶଶୁର ଘର ଲୋକେ ଓ ସ୍ବାମୀ । ନ୍ୟାୟ ପାଇଁ ବ୍ରହ୍ମପୁର କୋର୍ଟକୁ ବାରମ୍ବାର ଆସୁଛନ୍ତି ମୋନାଲିସା ରଥ ।
ମୋନାଲିସାଙ୍କ ସ୍ୱାମୀ ଲାଖ୍ୟାଧିକ ଟଙ୍କାର ଚାକିରୀ କରୁଛନ୍ତି କିନ୍ତୁ ସ୍ତ୍ରୀ ଔଷଧ ଖର୍ଚ୍ଚ ପାଇଁ ମାସିକ ୩୦ ହଜାର ଓ ଭରଣପୋଷଣ ପାଇଁ ୧୫ ହଜାର ଟଙ୍କା ଦେବାକୁ ସକ୍ଷମ ନୁହନ୍ତି। ଲୁହକୁ ସାଥି କରି ଦୁଃଖକୁ ଆଦରି ନେଇଥିବା ମୋନାଲିସଙ୍କ ଦୁଃଖ କେବେ ସରୁଛି କେବେ ନ୍ୟାୟ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର।