ସେଠାରୁ ଅସମନ୍ ଙ୍କୁ କାମ ଯୋଗାଇବା ମାଲିକ ଆସି ନେଇଗଲା । କିନ୍ତୁ ସେହି ଦିନଠାରୁ ଅସମନ୍ ଙ୍କ ସହ ମଙ୍ଗରାଙ୍କ ଦେଖା ସାକ୍ଷାତ୍ ହୋଇନାହିଁ । ପରେ ମଙ୍ଗରା ସେଠାରୁ ଫେରି ଆସିଥିଲେ ଏବଂ ଅସମନ୍ ଙ୍କ କିଛି ଖୋଜ ଖବର ନଥିବା କହିଥିଲେ । ପରେ ମଙ୍ଗରା ବାରମ୍ବାର ଅସମନ ଙ୍କୁ ଖୋଜିବାକୁ ଯିବା ପରେ ବି କୌଣସି ପତ୍ତା ମିଳିଲା ନାହିଁ । ପରବର୍ତ୍ତୀ ସମୟରେ ଘଟଣାର ତିନି ବର୍ଷ ପରେ ଡାବୁଗାଁ ଥାନାରେ ଏକ ନିରୁର୍ଦ୍ଦିଷ୍ଟ ମାମଲା ରୁଜ୍ଜୁ କରିଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏଭଳି ଭାବରେ ଦୀର୍ଘ ୧୦ ବର୍ଷ ବିତିଗଲା ।
୧୦ ବର୍ଷ ପରେ ମଙ୍ଗରା କୁ ପୁଣିଥରେ ଅସମନ୍ କୁ ଖୋଜି ଆଣିବାକୁ କହିଥିଲେ । କିନ୍ତୁ ମଙ୍ଗରା ମୁଁ ଆଉ ଖୋଜି ଆଣି ପାରିବନି କହିଥିଲେ । ଏବଂ ସେଥିପାଇଁ ମୋତେ ଯାହା ଦଣ୍ଡ ଦେଲେ ମୁଁ ମାନିବାକୁ ରାଜି ବୋଲି କହିଥିଲେ । ପରେ ଅସମନ୍ ଙ୍କ ପରିବାର ଙ୍କ ପକ୍ଷ ରୁ ତାଙ୍କ ସମାଜ ର ସଭା ବସିଥିଲା । ଏବଂ ସମାଜ ପକ୍ଷରୁ ନିଷ୍ପତି ନିଆଗଲା ଯେ ନିଖୋଜ ର ୧୦ ବର୍ଷ ବିତି ଯାଇଥିବା ରୁ ଅସମନ୍ ଙ୍କୁ ମୃତ ଭାବି ତାର ଦଶାହ କାର୍ଯ୍ୟ କରିବାକୁ ନିଷ୍ପତି ନିଆଗଲା । ଏହି ଦଶାହ କାର୍ଯ୍ୟ ପାଇଁ ମଙ୍ଗରା ଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିଲା । ସଭାରେ ପୁଣି ନିଷ୍ପତି ନିଆଗଲା ଯେ ଯଦି ଭବିଷ୍ୟତ ରେ ଯଦି ଅସମନ ଘରକୁ ଫେରି ଆସନ୍ତି ତାହେଲେ ସେମାନଙ୍କୁ ପୁଣିଥରେ ଶଙ୍ଖା ସିନ୍ଦୂର ପିନ୍ଧାଇ ପୁନଃବିବାହ କରାଯିବ ।
ଅନ୍ୟ ପକ୍ଷେ ଗ୍ରାମରେ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ଯେ ମୃତ୍ୟୁ ର କୌଣସି ପ୍ରମାଣ ନଥାଇ ଦଶାହ କାର୍ଯ୍ୟ କରିବା ଠିକ୍ ନୁହେଁ । ଏହାଦ୍ବାରା ମୃତ୍ୟୁ ପ୍ରମାଣ ପତ୍ର ମିଳି ପାରିବନି ଫଳରେ ତାଙ୍କ ସ୍ତ୍ରୀ ଙ୍କ କୌଣସି ସରକାରୀ ସୁବିଧା ମିଳିବନି । ତେବେ ଅସମନ ମୃତ କି ଜୀବିତ ତାହା ନଜାଣି ଦଶାହ କାର୍ଯ୍ୟ କରିବା ଘଟଣା ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ