ଏ ହେଉଛନ୍ତି ପ୍ରଶାନ୍ତ ଦାସ।ପିଲାଟି ବେଳରୁ ପ୍ରଶାନ୍ତଙ୍କର ପଦ୍ମ ଫୁଲ ପ୍ରତି ରହିଥିଲା ଅହେତୁକ ଦୁର୍ବଳତା।ଗତ ୧୫ ବର୍ଷ ପୂର୍ବରୁ ପ୍ରଶାନ୍ତ ତାଙ୍କ ଅଗଣାରେ କୁଣ୍ଡ କରି ପଦ୍ମ ଓ କଇଁ ଫୁଲ ଲଗାଇଥିଲେ।ଫୁଲ ଫୁଟିବା ପରେ ଏହାକୁ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ।ଯାହାକୁ ଲୋକେ ବେଶ ପସନ୍ଦ କରିଥିଲେ।ଯାହା ଫଳରେ ତାଙ୍କର ଦେଶ ବିଦେଶର ଲୋକଙ୍କ ସହ ଯୋଡ଼ି ହୋଇ ରହିଥିଲେ।ଏହାରି ଭିତରେ ତାଙ୍କର ପଦ୍ମ ଫୁଲର ବିଭିନ୍ନ କିସମ ସହ ଗଛ ର ଆଦାନ ପ୍ରଦାନ ବଢିଥିଲା। ପ୍ରଥମେ ପ୍ରଶାନ୍ତ ୩ ହଜାର ଟଙ୍କା ରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରି ଥାଇଲାଣ୍ଡ, usa ରୁ କୋରିଆର ମାଧ୍ୟମରେ ଚେର ମାଗିଥିଲେ ବର୍ତ୍ତମାନ ପ୍ରଶାନ୍ତ ତାଙ୍କ ଘର ଅଗଣାରେ ୧୦୦ ଟି କୁଣ୍ଡରେ ୨୦୦ ପ୍ରଜାତିର ପଦ୍ମ ଓ କଇଁ ରଖିଛନ୍ତି।
ସେଥି ମଧ୍ୟରୁ ଅନେକ ବିଦେଶ ପ୍ରଜାତିର ମଧ୍ୟ ରହିଛି। USA ର ମୋହଙ୍ଗ, ଯେଡ ଇଙ୍ଗ ଜୀଙ୍ଗେଲ , ଥାଇଲାଣ୍ଡର ନମିଥାମୋ ଲକ୍ଷ୍ମୀ , ଚାଇନର ରେଡ ବ୍ରେଜିଂ ଆଦି ପ୍ରଜାତି ରହିଛି। କୋଭିଡ ସମୟରେ ଯେବେ ସମସ୍ତେ ଘରେ ବନ୍ଦୀ ହୋଇରହିଥିଲେ ଲୋକମାନେ ଗାର୍ଡେନଇଂ କରିବାକୁ ପସନ୍ଦ କରିଥିଲେ।ସେତେବେଳ ଏହାର ଚାହିଦା ବେଶ ରହିଥିଲା।ପଦ୍ମ ଓ କଇଁ ଚେର କୋରିଅର ରେ ବିକ୍ରି କରି ସେ ୨୦ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ପ୍ରଶାନ୍ତ ଯେ କେବଳ ବ୍ୟବସାୟ କରନ୍ତି ତାହା ନୁହେଁ ସେ ଜଣେ ବିଜ୍ଞାନ ଛାତ୍ର ହୋଇଥିବାରୁ ବିଭିନ୍ନ କିସମ କୁ ମିଶାଇ ୬ ଟି ପ୍ରଜାତି ନିଜସ୍ଵ ଭାବରେ ସୃଷ୍ଟି କରି ପାରିଛନ୍ତି।
ଜଗନ୍ନାଥ-୧, ୨,ମହିମା,ଶ୍ରୀକ୍ଷେତ୍ର,ହ୍ୱାଇଟ ମାସ୍କ ଆଦି। ଏ ତ ଥିଲା ପ୍ରଶାନ୍ତ ଙ୍କ କଥା ତାଙ୍କ ପତ୍ନୀ ଅମ୍ରିତା ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି,ଦେଖୁ ନାହାନ୍ତି ଘରକୁ କେମିତି ସଜାଇଛନ୍ତି।ଅମ୍ରିତା ଚାକିରି କରୁଥିଲେ ମଧ୍ୟ ଯେତେବେଳେ ବି ଟିକେ ଫାଙ୍କା ସମୟ ମିଳେ ସେ ଲାଗି ପଡନ୍ତି ଘର ସଜା କାମରେ।ବିଭିନ୍ନ ଅ ବ୍ୟବହାର୍ଯ୍ୟ ବସ୍ତୁକୁ ରଙ୍ଗ ଦେଇ ଦିଅନ୍ତି ନୂଆ ରୂପ।ଛୋଟ ଛୋଟ ଗଛକୁ ନେଇ ସେ ଘର ସଜାଇଥାନ୍ତି। ନିଜର ପିଲା ବେଳର ଇଚ୍ଛା କୁ ବାସ୍ତବତାରେ ପୂରଣ କରିବା ସହ ତାହା ମାଧ୍ୟମରେ ବ୍ୟବସାୟ କରି ଭଲ ଦୁଇ ପଇସା ରୋଜଗାର କରି ପାରିଛନ୍ତି ପ୍ରଶାନ୍ତ, ଯାହା ଅନ୍ୟ ମାନାଙ୍କ ପାଇଁ ଉଦାହରଣ ପାଲଟିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: