ଯୌତୁକ ଲୋଭି ଶାଶୁଘର ଲୋକେ ବୋହୁ କୁ ଜୁସରେ ବିଷ ଦେଇ ହତ୍ୟା କରିଥିବା ନେଇ ବାପ ଘର ଲୋକେ ଅଭିଯୋଗ କରିବା ପରେ ପୋଲିସ ହାତ ବାନ୍ଧି ବସିଛି। ଯାଜପୁର ବିଂଝାରପୁର ଥାନା ଗୁହାଳି ପଦାସାହି ଗାଁର ବ୍ରଜ ଯେନାଙ୍କ ଝିଅ ମିଲି କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପୂର୍ବରୁ ମିଲି ଦେଇଥିବା ବୟାନ ର ଭିଡିଓ ଭାଇରାଲ ହୋଇଛି। ତଥାପି ପୋଲିସ କାହା ଚାପ ରେ ଅଭିଯୁକ୍ତ ସ୍ୱାମୀ,ଶ୍ବଶୁର,ନଣଦ ଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ।ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ଅଧିକ ପଢନ୍ତୁ: ଯୌତୁକ ପାଇଁ ସସ୍ମିତାଙ୍କୁ ମାରିଦେଲେ ଶାଶୁଘର ଲୋକ
ଅଭିଯୁକ୍ତ ପରିବାର ଲୋକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସପରିବାର ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି lଦେଖିବାକୁ ବାକିରହିଲା କେବେ ମିଳିବ ଏହି ପରିବାର କୁ ନ୍ୟାୟ।