ଡଃ ପ୍ରହରାଜ ତାଙ୍କ ନିଜସ୍ୱ ଚେଷ୍ଟା ଆରମ୍ଭ କରିଥିଲେ ଏବଂ ଓଡିଆ ଶ୍ରମିକ ପ୍ରଶାନ୍ତ କୁ ନିଜ ଜନ୍ମମାଟି କୁ ଫେରାଇ ଆଣିବା ପାଇଁ ସଫଳ ହୋଇଛନ୍ତି । ପ୍ରଶାନ୍ତ ସାଉଦି ଆରବରୁ ନିଜ ଘରକୁ ଫେରିଛନ୍ତି। ପ୍ରଶାନ୍ତ ଘରକୁ ଫେରିବା ପରେ ଘରେ ଖୁସିର ଲହରୀ ଖେଳିଯାଇଛି। ପାରାଲିସରେ ଆକ୍ରାନ୍ତ ହୋଇ ପ୍ରଶାନ୍ତ ଶରୀରର ଗୋଟିଏ ପଟ ଅଙ୍ଗ ସଂପୂର୍ଣ୍ଣ କାମ କରୁନଥିବା ଜଣାପଡିଛି । ପ୍ରଶାନ୍ତ ସାଉଦି ଆରବର ଜୁବେଲରେ ଥିବା ଓସେନ ସ୍କାଏ ରେଣ୍ଟାଲ କଂମ୍ପାନୀରେ ଶ୍ରମିକ ଭାବରେ କାମକରିବାକୁ ଡିସେମ୍ବର ୯ତାରିଖ ୨୦୨୨ରେ ସାଇଦି ଆରବ ଯାଇଥିଲେ ହେଲେ ଦୁଇ ମାସରୁ ଉର୍ଦ୍ଧ୍ବ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ। ପ୍ରଶାନ୍ତ ରୋଗ ଶଯ୍ୟାରେ ପଡିଥିବା ଭିଡିଓ ଦେଖି ପରିବାର ଲୋକେ ସଂପୂର୍ଣ୍ଣ ଭାବରେ ଭାଗିଂ ପଡିଥିଲେ ପ୍ରଶାନ୍ତଙ୍କ ବିଧବା ମାଆ,ସ୍ତ୍ରୀ,୧୦ବର୍ଷର ପୂଅ ଓ ପରିବାର ଲୋକେ ପୁଅର ଫେରିବା ବାଟକୁ ଅନାଇ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିବା ବେଳେ ଅର୍ଗସ ନ୍ୟୁଜ ରେ ଖବର ପ୍ରସାରଣ ହେବାରୁ ଓଡିଆ ପୂଅକୁ ପାଇଛନ୍ତି ପରିବାର ଲୋକେ।
ପ୍ରଶାନ୍ତ ସାଉଦି ଆରବରେ ରୋଗ ଶଯ୍ୟାରେ ରେ ପଡି ଛଟପଟ ହେଉଥିବା ବେଳେ ପରିବାର ଲୋକେ ସରକାରଙ୍କ ନିକଟରେ ଗୁହାରି କରିଥିଲେ ହେଲେ ସରକାର ଶୁଣିଲା ନାହିଁ। ଦେବଦୂତ ଭାବରେ ଓଡିଆ ପୂଅ ସହଯୋଗ ର ହାତ ବଢାଇଲେ ଏବଂ ପ୍ରଶାନ୍ତ କୁ ନିଜ ଜନ୍ମମାଟି କୁ ଫେରାଇ ଆଣିବାରୁ ଗ୍ରାମବାସୀ ମାନେ ଅର୍ଗସ ନ୍ୟୁଜ କୁ ଧନ୍ୟବାଦ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: