ଖବର ପାଇ ଔପଦା ଫରେଷ୍ଟର ପ୍ରକାଶ କୁମାର ମହାନ୍ତି ଏବଂ ସବୁଜବାହିନୀର କର୍ମଚାରୀମାନେ ଶିରିପୁର ଗାଁରେ ପହଞ୍ଚି ହରିଣଟିକୁ ଉଦ୍ଧାର କରିଥିଲେ। ଏବେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ନିଆଁ ଭୟରେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ହରିଣଟି ପଳେଇଆସିଥିବା ଜଣାପଡିଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ଅର୍ଗସ ନ୍ୟୁଜ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଚ୍ୟୁତପୁର ପଞ୍ଚାୟତ ଅଧୀନ ଶିରିପୁର ଗାଁରେ ଥିବା ଏକ ପୋଖରୀରୁ ଆହତ ଅବସ୍ଥାରେ ଏକ ହରିଣ ଉଦ୍ଧାର କରି ଔପଦା ବନବିଭାଗକୁ ଗ୍ରାମବାସୀ ହସ୍ତାନ୍ତର କରିଛନ୍ତି। ଆଜି ଶିରିପୁର ଗାଁରେ ଏକ ହରିଣକୁ କିଛି ବୁଲା କୁକୁର କାମୁଡ଼ିବାକୁ ଗୋଡ଼ାଇଥିଲେ। ପରେ ହରିଣଟି ଗାଁରେ ଥିବା ଏକ ପୋଖରୀରେ ପଡିଯାଇଥିଲା। ଗ୍ରାମବାସୀମାନେ ହରିଣଟିକୁ ଆହତ ଅବସ୍ଥାରେ ପୋଖରୀରୁ ଉଦ୍ଧାର କରି ଔପଦା ବନବିଭାଗକୁ ଖବର ଦେଇଥିଲେ।