ଅର୍ଗସ ବ୍ୟୁରୋ: ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବାକୁ ଆଜିର ଯୁବ ପିଢ଼ି ଜିମ ମୁଁହା । କେବଳ ଜିମ୍ ଗଲେ ଜଣେ ସୁସ୍ଥ ରହିବ ସେ କଥା ନୁହଁ ତା ସହ ଆମର ଜୀବନ ଶୈଳୀ ଓ ଖାଦ୍ୟ ପେୟ କୁ ମଧ୍ୟ ବଦଳାଇବାକୁ ପଡିବ। ତେବେ ଶୁଣନ୍ତୁ ଏ ନେଇ କଣ ରହିଛି ଏକ୍ସପର୍ଟଙ୍କ ମତ। ଆଜିର ବ୍ୟସ୍ତ ବହୁଳ ଜୀବନ ଶୈଳୀ ମଣିଷକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି। ଆଧୁନିକ ଜୀବନ ଶୈଳୀ ଏବଂ ଚିନ୍ତାଧାରା କୁ ଆପଣେଇ ନିଜ ଜୀବନ ଏବଂ ସ୍ୱାସ୍ଥ୍ୟ କୁ କିପରି ସୂଚାରୁ ରୂପେ ଗଢି ତୋଳିବା ସେଥିପାଇଁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ । ଏମିତିରେ ସହରୀ ସଭ୍ୟତାରେ ଜିମ ପାଲଟିଛି ସମସ୍ତଙ୍କ ପ୍ରଥମ ପସନ୍ଦ।
କେବଳ ଜିମ ଗଲେ ଆପଣ ସୁସ୍ଥ ରହିବେ ସେକଥା ନୁହଁ ଘରେ ରହି ମଧ୍ୟ ଆପଣ workout କରିବା ସହ ନିଜ ଜୀବନ ଶୈଳୀ କୁ ବଦଳାଇ ପାରିବେ। ପତଳା ରହିବା ସହ ଫିଟ ରହିବା ପାଇଁ ଯୁବପିଢ଼ିଙ୍କ ପସନ୍ଦ ଜିମ । ଏଥିପାଇଁ ନିଜର ବ୍ୟସ୍ତ ବହୁଳ ଜୀବନରୁ ଜିମ ପାଇଁ ସମୟ ବାହାର କରୁଛନ୍ତି ଲୋକେ । କିନ୍ତୁ ଜିମ ଯିବା ଓ ବ୍ୟାୟାମ କରିବା ସମୟରେ କିଛି ପ୍ରମୁଖ କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ ।
ଜୀବନ ଶୈଳୀ ନ୍ୟୁଜ ଆହୁରି ପଢନ୍ତୁ