ମହିମା ଧାମର ମୁକ୍ତା କାଶ ମଞ୍ଚରେ ଏହି ଉତ୍ସବକୁ ଉଦ୍ଘାଟନ କରିବା ସହ ମହିମା ଗୋସାଇଁ କିଭଳି ଜଗତ ର କଲ୍ୟାଣ ପାଇଁ ସମସ୍ତଙ୍କ ମନରେ ସମାନତା ଭରି ଦେବାର ବାର୍ତା ଦେଇ ଯାଇଛନ୍ତି ସେ ନେଇ ଆଲୋଚନା କରିଛନ୍ତି। 160 ବର୍ଷ ତଳର ଏହି ମହିମା ଧାମ ଏବେ ନିଜର ଖ୍ୟାତି ଅର୍ଜନ କରିଛି । ଏଥିପାଇଁ ସରକାର ସ୍ୱତନ୍ତ୍ର ଅନୁଦାନ ଦେଉଥିବା ନେଇ ନେତା ମାନେ ସୂଚନା ଦେଇଛନ୍ତି।
ଉଦ୍ଘାଟନ ପୂର୍ବରୁ ସମସ୍ତ ଅତିଥି ଶୂନ୍ୟ ମନ୍ଦିର ପରିକ୍ରମା କରି ଆହୁତି ଦେଇଥିଲେ। ସଭା କାର୍ଯ୍ୟ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କଯ୍ୟକ୍ରମ। କଲିକତାର ରୁ ଆସିଥିବା କଳାକାର ମାନେ କରିଥିବା ବଙ୍ଗଳା ନୃତ୍ୟୁ ର ତାଳରେ ସମସ୍ତେ ମଜି ଯାଇଥିଲେ।ତା ପଛକୁ ବଙ୍ଗାଳଦେଶ ର କଳାକାର ଙ୍କ ଶାସ୍ତ୍ରୀୟ ସଙ୍ଗୀତ ର ନୃତ୍ୟୁ ଉଭୟ ଦେଶ ମଧ୍ୟରେ ଥିବା ସମାନତା ର ସୂଚନା ଦେଇଥିଲା ସମସ୍ତ ଙ୍କୁ। ବିଳମ୍ବିତ ରାତି ଯାଏ ମହୋତ୍ସବ ର ମଜା ନେଇଥିଲେ ଉପସ୍ଥିତ ଲୋକେ ।