ନୂଆଦିଲ୍ଲୀ/କୋରାପୁଟ: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗ । ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଆନ୍ଧ୍ର ପ୍ରଦେଶ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ନେଇ ଅଦାଲତ ଅବମାନନା ମାମଲା ଦାଖଲ କରିଥିଲେ ଓଡ଼ିଶା ସରକାର । ଯାହାର ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ ।
ଏହା ପୂର୍ବରୁ ଗତକାଲି ସୁପ୍ରିମକୋର୍ଟରେ ଦାଖଲ ଆଫିଡେଭିଟରେ ଓଡ଼ିଶାକୁ କଡା ଜବାବ ଦେଇଥିଲା ଆନ୍ଧ୍ର । ଓଡ଼ିଶା କରିଥିବା ଅଦାଲତ ଅବମାନନା ଆବେଦନକୁ ଭୁଲ ଧାରଣା ବୋଲି କହିଛି ଆନ୍ଧ୍ର । 2006ରେ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି ।
ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶା ଦ୍ଵାରା ଦାଖଲ ହୋଇଥିବା ଉକ୍ତ ମକଦ୍ଦମାକୁ ଭାରତର ସମ୍ବିଧାନର ଧାରା 131 ଅନୁଯାୟୀ ରକ୍ଷଣାବେକ୍ଷଣ ଯୋଗ୍ୟ ନୁହେଁ ବୋଲି ଧାର୍ଯ୍ୟ କରି ଖାରଜ କରିବା ପରେ ଉଭୟ ରାଜ୍ୟର ବିବୃତ୍ତି ରେକର୍ଡ କରିଥିଲେ । "ତା ପରଠୁ ସର୍ବୋଚ୍ଚ ଅଦାଲତ ଦ୍ୱାରା କୌଣସି ନିର୍ଦ୍ଦେଶ ପାସ କରାଯାଇନାହିଁ ।
ତେଣୁ ଅବମାନନା କରିବାର ପ୍ରଶ୍ନ ଉଠୁ ନାହିଁ । ଏହା ସହ ଆନ୍ଧ୍ର ଏହା ମଧ୍ୟ ଦାଖଲ କରିଛି ଯେ, ଆରାକୁ ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ସାଲୁରୁ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ବିବାଦୀୟ ଗାଁ ଗୁଡିକରେ ଆନ୍ଧ୍ର କ୍ରମାଗତ ଭାବେ ନିର୍ବାଚନ କରିଆସୁଛି ।
ଭୋଟର ତାଲିକା ମଧ୍ୟ ରହିଛି । 1968 ଏବଂ 2006ରେ ସୁପ୍ରିମକୋର୍ଟ କେବଳ ସ୍ଥିତାବସ୍ଥା ଜାରି କରିଥିଲେ । ଆନ୍ଧ୍ର ଦେଉଥିବା ସୁବିଧା ସୁଯୋଗ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ଅଞ୍ଚଳ ଆମର ଥିଲା ଏବେ ରହିଛି ଆଗକୁ ରହିବ ବୋଲି ଆନ୍ଧ୍ର କହିଛି ।