ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ଭୁବନେଶ୍ୱର: ଭିନ୍ନକ୍ଷମ ମହିଳାଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗ । ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ । ଘାଟଣାରେ ପୋଲିସ ସ୍ଥାଣୁତା ପାଇଁ ମନ୍ତ୍ରୀଙ୍କୁ ଦାୟୀ କଲା ଛାତ୍ର କଂଗ୍ରେସ । ଘାଟଣାରେ ସମ୍ପୃକ୍ତ ସୁରେଶ ବେହେରା ମନ୍ତ୍ରୀଙ୍କ ନିକଟତମ ଵ୍ୟକ୍ତି ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ ।
ଛାତ୍ର କଂଗ୍ରେସ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା କଂଗ୍ରେସ ଭବନ ଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏ ଯିବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
3 ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପୀଡିତାଙ୍କୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆନଗଲେ ମନ୍ତ୍ରୀଙ୍କୁ ସବୁ ଆଡେ ବିରୋଧ କରାଯିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ । ସୂଚନା ଦେଲେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ।