ଅଧିକ ଖବର ପଢ଼ନ୍ତୁ: ମା’ ବୁଢ଼ୀ ଠାକୁରାଣୀଙ୍କ ଶୁଭଖୁଣ୍ଟି ପୂଜାର ରହିଛି ଅନନ୍ୟ ପରମ୍ପରା
ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହେବାର ଅନୁମାନ କରାଯାଉଛି । ଯାତ୍ରା ସମୟରେ ପ୍ରବଳ ଖରା ହେଉଥିବାରୁ ଭକ୍ତଙ୍କ ଉପରେ କିଭଳି କୌଣସି ପ୍ରଭାବ ପଦିବ ନାହିଁ ସେଥିପ୍ରତି ଧ୍ୟାନ ଦିଆ ଯିବ । ପର୍ଯ୍ୟାପ୍ତ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯିବ। କୌଣସି ପ୍ରକାର ବିଶୃଙ୍ଖଳା ହେବାକୁ ଦିଆଯିବ ନାହିଁ। ସେଥିପାଇଁ ୧୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାଛଡା ଚଳିତ ବର୍ଷ ମାଙ୍କ ନିକଟରେ ପ୍ରଥମ ଥର ପାଇଁ ବଡ଼ ବଡ଼ ପିତଳ ଦୀପ ରଖାଯିବ। ଭକ୍ତମାନେ ଭଲ ଘିଅ ଆଣି ସେହି ଦୀପରେ ଢାଳିବାକୁ ପରାମର୍ଶ ଦିଆ ଯାଇଛି। ଅପରିଷ୍କାର ହେଉଥିବାରୁ ମାଟି ଦୀପକୁ ସମ୍ପୂର୍ଣ୍ଣ କଟକଣା କରା ଯାଇଛି। ୯ଦିନ ଧରି ଲୋକ ମହୋତ୍ସବ ଅନୁଷ୍ଠିତ ହେବ। ରାଜ୍ୟ ତଥା ରାଜ୍ୟ ବାହାରୁ ନାମୀ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସେଥିପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତ ବର୍ଷ ଖୁବ ଧୁମଧାମରେ ପାଳିତ ହେବ ମାଆଙ୍କର ବାର୍ଷିକ ଯାତ୍ରା।
ଆସନ୍ତା ଗୁରୁବାର ମାଆଙ୍କର ଯନ୍ତାଳ ପୂଜା ଅନୁଷ୍ଠିତ ହେବ। ଏହାପରେ ନୀତି ନିୟମ ଅନୁସାରେ ଯଥାବିଧି ପ୍ରତ୍ୟକ ଦିନ ସ୍ୱତନ୍ତ୍ର ପୂଜା ପାଠ କରାଯିବ।