ପୁରୁଷତ୍ତମପୁର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମା ପଞ୍ଚ ଠାକୁରାଣୀଙ୍କ ଯାତ୍ରା ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତ ବର୍ଷମେ ମାସ ୧ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମୁଖ୍ୟ ମନ୍ଦିର ରୁ ପାଞ୍ଚ ଠାକୁରାଣୀ ଆସି ଅସ୍ଥାୟୀ ମଣ୍ଡପରେ ବିରାଜମାନ ପୂର୍ବକ ପୁରୁଷତ୍ତମପୁର ବିଭିନ୍ନ ସାହି ସାହି ବୁଲି ଭକ୍ତଙ୍କୁ ଦେଉଥିଲେ ଦର୍ଶନ ।ଶତାଧିକ ମାନସିକ ଧାରୀ ନିଜ ମାନସିକ ପୂରଣ ଲାଗି ପୌରାଣିକ ଚରିତ୍ର ରେ ଭେଶ ପଟୁଆର ରେ ଆକର୍ଷଣ କରିଥିଲେ ପରିବେଶ।ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସାଥିରେ ମା ପଞ୍ଚ ଠାକୁରାଣୀ କରିଥାନ୍ତି ସହର ପରିକ୍ରମା ।
ପୁରୁଷତ୍ତମପୁର ଏହି ପ୍ରସିଦ୍ଧ ଯାତ୍ରା ରେ ପ୍ରତ୍ୟେକ ସାହିରେ ସୁସଜ୍ଜିତ ଆଲୋକ ସଜା ସାଙ୍ଗକୁ ପ୍ରତ୍ୟେକ ମୁଖ୍ୟ ଛକ ରେ ଭେଳିକି ଭେଳି ସୁନ୍ଦର ମେଢ଼ ଆକର୍ଷଣ ରେ କେନ୍ଦ୍ର ବିନ୍ଧୁ ପାଲଟିଥିଲା । ସେପଟେ ଯାତ୍ରା ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ସହର ପ୍ରବେଶ ପଥ ନିକଟରେ ମିନା ବଜାର ସହ ରାମ ଦୋଳି ବିଭିନ୍ନ ପସରା ଓ ଅପେରା ସାଙ୍ଗକୁ ଫାଷ୍ଟ ଫୁଡ଼ ର ମଜା ନେଉଥିଲେ ଦର୍ଶକ ।
ତେବେ ଗତକାଲି ଶେଷ ହୋଇଛି ମା ପଞ୍ଚ ଠାକୁରାଣୀଙ୍କ ଏହି ଐତିହାସିକ ପ୍ରସିଦ୍ଧ ଯାତ୍ରା ।ମା ଅସ୍ଥାୟୀ ମଣ୍ଡପରୁ ଫେରିଛନ୍ତି ନିଜ ନିଜର ମୁଖ୍ୟ ମନ୍ଦିର କୁ ।ଶେଷ ଦିନରେ ସହରର ବିଭିନ୍ନ ସ୍ଥାନରେ ପୌରାଣିକ ରାମାୟଣ, ମହାଭାରତ ହରିକଥା ଭଳି ବିଭିନ୍ନ ନାଟକ ପରିବେଷଣ କରାଯାଇଥିଲା । ଏଥିରେ ହଜାର ହାଜର ସଂଖ୍ୟକ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।୨୯ଦିନ ଧରି ଚାଲିଥିବା ଏହି ଯାତ୍ରା ରେ ଟ୍ରଫିକ ସମସ୍ୟା ସହ ସହରରେ ଶାନ୍ତି ଶୃଙ୍ଖଳା ରେ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଓ ପୂଜା ଯାତ୍ରା କମିଟି ପକ୍ଷରୁ କରାଯାଇଥିଲା ବ୍ୟାପକ ବ୍ୟବସ୍ଥା ।
ଅଧିକ ପଢନ୍ତୁ ଓଡ଼ିଶା ଖବର