ପ୍ରବାସୀ ଓଡ଼ିଆମାନଙ୍କୁ ଶୁଭେଚ୍ଛା ଜଣାଇଲେ ଗଜପତି
କନ୍ଧମାଳ: ଆଜି କନ୍ଧମାଳ ଅବକାରି ବିଭାଗ ଦୁଇଟି ଗାଡି ଉପରେ ଚଢାଉକରି ୧୮୮ କେଜି ଗଞ୍ଜେଇ । ଗୋଟିଏ ସ୍ୱିଫ୍ଟ ଡ଼ିଜିଆର, ଗୋଟିଏ ସ୍କର୍ପିଓ ଜବତ କରିବାସହ ୪ ଜଣ ଙ୍କୁ ଗିରଫ କରିଛି । ସୂଚନା ମୁତାବକ ଖଜୁରୀପଡା ଗାଡ଼ିଆ ପଡ଼ା ଓ ଲାଇନ ପଡ଼ା ରାସ୍ତା ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ।
ବିଶ୍ୱସ୍ତସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଟିମ ଉକ୍ତ ଦୁଇ ରାସ୍ତାରେ ଚଢାଉକରି ଦୁଇଟି ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ ଯାଞ୍ଚ ବେଳେ ଦୁଇଟି ଗାଡିରୁ ୧୮୮ କେଜି ଗଞ୍ଜେଇ ବାହାରିଥିବା ବେଳେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଛେଣ୍ଡିପଦା ପିପଲ ବାହାଲର ଦିଲୀପ କୁମାର ବେହେରା, ଜିତେନ୍ଦ୍ର ବେହେରା, ଫୁଲବାଣୀ ଫରେଷ୍ଟ କଲୋନୀର ପ୍ରଦୀପ କୁମାର ଆଲଟିଆ, ଓ ପିଅନ ପଡାର ଆକାଶ କୁମାର ଚୌଧୁରୀ । ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଫୁଲବାଣୀ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।