ହତ୍ୟାକାଣ୍ଡ ର କାରଣ ଯଦିଓ ସ୍ପଷ୍ଟ ହୋଇ ନାହିଁ ତେବେ ମାଇନ୍ସ କିମ୍ବା ସାଇଡିଂ କୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଜଣେ ଘରୋଇ କମ୍ପାନୀର ଅଫିସର ଙ୍କ ଏଭଳି ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ସୁନ୍ଦରଗଡ: ପଥରରେ ଛେଚି ନିର୍ମମ ହତ୍ୟା। ଯେଏସପିଏଲ ର ସାଇଡ ଇନଚାର୍ଜ ଙ୍କୁ ହତ୍ୟା। କମ୍ପାନୀ ର ଗେଷ୍ଟ ହାଉସ ଭିତରେ ପସି ହତ୍ୟା କରିଛନ୍ତି ହତ୍ୟାକାରୀ। ଦୀର୍ଘ ପାଞ୍ଚ ବର୍ଷ ହେବ କମ୍ପାନୀ ଗେଷ୍ଟ ହାଉସରେ କାମ କରୁଥିଲେ ହତ୍ୟାର ଶିକାର ହେଇଥିବା ସାଇଡ ଇନଚାର୍ଜ ମୋତିରାମ ପାଲ। ଲହୁଣୀପଡା ଥାନା ବର୍ଷୁଆଁ ଜେଏସପିଏଲ କମ୍ପାନୀ ଗେଷ୍ଟ ହାଉସରେ ଘଟିଛି ଏହି ହତ୍ୟାକାଣ୍ଡ।
ହତ୍ୟାକାଣ୍ଡ ର କାରଣ ଯଦିଓ ସ୍ପଷ୍ଟ ହୋଇ ନାହିଁ ତେବେ ମାଇନ୍ସ କିମ୍ବା ସାଇଡିଂ କୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଜଣେ ଘରୋଇ କମ୍ପାନୀର ଅଫିସର ଙ୍କ ଏଭଳି ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଳାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବୁଧବାର ଏହି ଦିଗରେ ଏକ ବଡ଼ ସଫଳତା ହାସଲ ମିଳିଛି। ଶାନ୍ତି ପାଇଁ ଐତିହାସିକ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତ ସରକାର ଏବଂ ମଣିପୁର ସରକାର ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟ ତଥା ସର୍ବପୁରାତନ ବିଦ୍ରୋହୀ ଗୋଷ୍ଠୀ ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କରିଛନ୍ତି ।
The peace agreement signed today with the UNLF by the Government of India and the Government of Manipur marks the end of a six-decade-long armed movement.
It is a landmark achievement in realising PM @narendramodi Ji's vision of all-inclusive development and providing a better… pic.twitter.com/P2TUyfNqq1 — Amit Shah (@AmitShah) November 29, 2023
ଏହି ଚୁକ୍ତି ସମ୍ପୂର୍ଣ୍ଣ ଉତ୍ତର ପୂର୍ବ ଭାରତ ଏବଂ ବିଶେଷ କରି ମଣିପୁରରେ ଶାନ୍ତିର ଏକ ନୂତନ ଯୁଗ ଆରମ୍ଭ କରିବାକୁ ମାର୍ଗ ପ୍ରଶସ୍ତ କରିବ।
ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବାଙ୍ଗୀନ ବିକାଶ ଏବଂ ଉତ୍ତର-ପୂର୍ବ ଭାରତର ଯୁବକମାନଙ୍କୁ ଉନ୍ନତ ଭବିଷ୍ୟତ ପ୍ରଦାନ କରିବାର ସ୍ବପ୍ନକୁ ସାକାର କରିବାରେ ଏହା ଏକ ଐତିହାସିକ ସଫଳତା । ଗୃହମନ୍ତ୍ରୀ ଗଣତାନ୍ତ୍ରିକ ପ୍ରକ୍ରିୟାରେ ୟୁଏନଏଲଏଫକୁ ସ୍ବାଗତ କରିବା ସହ ଶାନ୍ତି ଓ ପ୍ରଗତି ପଥରେ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଥର ପାଇଁ ଘାଟୀ ସ୍ଥିତ ମଣିପୁରୀ ସଶସ୍ତ୍ର ଗୋଷ୍ଠୀ ହିଂସା ତ୍ୟାଗ କରି ଭାରତର ସମ୍ବିଧାନ ଓ ଦେଶର ଆଇନକୁ ସମ୍ମାନ ଜଣାଇ ମୁଖ୍ୟସ୍ରୋତକୁ ଫେରିବାକୁ ରାଜି ହୋଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ । ରାଉରକେଲାରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ । ଯେଉଠି ରାଉରକେଲା କେନ୍ଦ୍ରୀୟ ବିଦ୍ୟାଳୟ ସହ ଏନ୍ ଆଇ ଟି ରାଉରକେଲାରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ।
ଏହାପରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା ଶୁଣିବେ । ପରେ ଅପରାହ୍ନରେ ବଣାଇଗଡ଼ରେ ବଣାଇଗଡ଼ କଲେଜ୍ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ପ୍ରଧାନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ମହିଳା ମାନଙ୍କର ନେତୃତ୍ବାଧୀନ ବିକାଶ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ମହିଳା କୃଷକ ଡ୍ରୋନ୍ କେନ୍ଦ୍ରର ଶୁଭାରମ୍ଭ କରିବେ । ଆସନ୍ତା ୩ ବର୍ଷ ମଧ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଡ୍ରୋନ୍ ପ୍ରଦାନ କରାଯିବ । ଏହାସହ ଏମ୍ସ ଦେଓଘରରେ ଐତିହାସିକ ୧୦ ହଜାର ତମ ଜନ ଔଷଧି କେନ୍ଦ୍ର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।
ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ସମନ୍ବୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି । ଦେଶର ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଜାରି ରହିଛି।
ଅଧିକ ପଢ଼ନ୍ତୁ ଭାରତ ଖବର