ପ୍ରେମିକା ମାନକୁ ଦାମୀ ଡ୍ରେସ ଦେଇ ଟ୍ରାଏଲ ରୁମରେ ଡ୍ରେସ ଟ୍ରାଏଲ କରିବା ପାଇଁ କହୁଥିଲା। ଆଉ ପ୍ରେମିକାର ପର୍ସ ମୋବାଇଲ ବାହାରେ ଧରି ଛିଡା ହେଉଥିଲ॥ ଆଉ ଠିକ ସମୟରେ ପ୍ରେମିକା ଟ୍ରାଏଲ ରୁମରେ ଟ୍ରାଏଲ କରିବା ସମୟରେ ପ୍ରେମିକା ର ମୋବାଇଲ ଆଉ ପର୍ସ ନେଇ ଛୁ ମାରୁଥିଲା ।
ଖାଲି ସେତିକି ନୁହଁ ଝିଅ ମାନଙ୍କୁ ଦେଖା କରିବା ପାଇଁ ଡାକି ସେମାନଙ୍କ ଫୋନରୁ କଲ କରିବ କହି ଫୋନ ନେଇଛୁ ମାରୁଥିଲା ଏହା ସହ ନିଜ ପ୍ରେମ ଜାଲରେ ଫସେଇଥିବା ପ୍ରେମିକା ଯଦି wash room କି ଶୌଚାଳୟ ଯାଉଥିଲେ ଶୌଚାଳୟ ବାହାରେ ମୋବାଇଲ ଓ ପର୍ସ ଧରି ଛିଡା ହେଇଥିବା ଏହି ରସିକ ରାଜା ପର୍ସ ମୋବାଇଲ ଧରି ଛୁ ମାରୁଥିଲା ।
ପୁର୍ବରୁ ଦୁଇ ତିନି ଥର ଜେଲ ଯାଇଥିବା ଏହି ଠକ ଜେଲ ରୁ ଆସି ସହ ସହ ଝିଅ ମାନଙ୍କୁ ଠକିବା ସହ ସେମନଙ୍କୁ ଲୁଟୁଥିଲା । ସହୀଦ ନଗର ଥାନାରେ ପ୍ରକାଶ ରାଜ ନାଁ ରେ ମାମଲା ରୁଜୁ ହେବପରେ କେଶ ନୋ 489 ରେ 420 ipc ଦଫାରେ ପୁଣି ଥରେ ପ୍ରକାଶ ରାଜ କୁ ଜେଲ ପଠାଇଛି ସହୀଦ ନଗର ଥାନା ପୋଲିସ ।