ମୁଖ୍ୟ ସମସ୍ୟାରୁ ଦୃଷ୍ଟି ହଟାଇବା ପାଇଁ ସରକାରଙ୍କର ଏ ଚକ୍ରାନ୍ତ
ନୂଆଦିଲ୍ଲୀ/କୋରାପୁଟ: ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି । କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହେବ ।
ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ତିନିଜଣିଆ ବେଞ୍ଚ ଆଗରେ ଓଡ଼ିଶା ନିଜର ପକ୍ଷ ରଖିବା ପରେ ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ସେପଟେ କୋଟିଆ ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ରାଜ୍ୟର ଦୁର୍ବଳ ନେତୃତ୍ୱ ପାଇଁ ଏପରି ସ୍ଥିତି ଉତ୍ପନ ହେଉଛି। ସେପଟେ କଂଗ୍ରେସ ବିଧାୟକ ସପ୍ତଗିରି ଉଲକା ଓ ତାରା ବାହୀନି ପତି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।