ଆଜି ରାଜ ଜେମା କଲ୍ୟାଣୀ ଦେବୀ ନିଜେ ଉପସ୍ଥିତ ରହି ଜବର ଦଖଲ ଜମିକୁ ଉଛେଦ କରୁଛନ୍ତି। କ୍ଷମତା ଅପବ୍ୟବହାର କରି ବାଟାଲିୟନର ଯବାନମାନଙ୍କୁ ପାହାଡ଼ର ମାଟି ଖୋଳା ଠାରୁ ଆରମ୍ଭ କରି ପଥର ଫଟାଇ ସମତଳ ଭୂମି କରିଛନ୍ତି ପାହାଡିଆ ଅଞ୍ଚଳ। ସେଠାରେ ପୋଖରୀ ନିର୍ମାଣ ସହ ବଗିଚା ସୃଷ୍ଟି କରିଛନ୍ତି କମାଣ୍ଡେଣ୍ଟ। ବଗିଚାର ମଧ୍ୟ ସ୍ଥାନରେ ବ୍ୟୟବହୁଳ ରେସିଡେଣ୍ଟ କାର୍ଯ୍ୟାଳୟ ନିର୍ମାଣ କରି ସେଠାରୁ ଯବାନମାନଙ୍କୁ ଏକର ଏକର ଜମିରେ ନିଜ ଇଚ୍ଛା ଅନୁସାରେ ରାସ୍ତା ଓ ଗଛ ଲଗାଇବା କାମରେ ଲଗାଉଛନ୍ତି।
ଏପରିକି ବଗିଚା ମଧ୍ୟରେ ବିଭିନ୍ନ ପ୍ରଜାତିର ଠେକୁଆ, ବତକ ଓ ଗୃହ ପାଳିତ ପଶୁ ପକ୍ଷୀ ରଖି ସେଗୁଡିକ ଦାୟିତ୍ଵ ନେବାକୁ ନିୟୋଜିତ କରିଆସୁଛନ୍ତି। ତେବେ ଚାକିରି ଭୟରେ ଯବାନ ମାନେ ତାଙ୍କ ନିର୍ଦ୍ଦେଶରେ ପରିଶ୍ରମ କରି ଆସୁଛନ୍ତି। ଏ ସମ୍ପର୍କରେ କାହାକୁ ଅଭିଯୋଗ କରିବାକୁ ମଧ୍ୟ ସାହସ ଯୁଟାଇ ପାରୁନାହାନ୍ତି ଯବାନ। ବିଡମ୍ବନାର ବିଷୟ ବଗିଚା ମଧ୍ୟରେ ବିଭିନ୍ନ ନାମି ଦାମି ଦୋକାନ ଓ ମଲର ଏଡଭାଟାଇଜ ହୋଡିଂ ଲଗାଯାଇଛି।