ଅଧିକ ପଢନ୍ତୁ ଓଡ଼ିଶା ଖବର
କେବଳ ଗାଡି ନୁହେଁ ରାସ୍ତାକଡ଼ରେ ପଡିଥିବା ଠେଲା ଓ ଭଙ୍ଗା ଫର୍ନିଚରକୁ ବି ହଟାଇବ ବିଏମସି । ଭୁବନେଶ୍ବର ବିଭିନ୍ନ ଜାଗାରେ ଏମିତି ଗାଡି ଗୁଡିକ ଖତ ହୋଇ ପଡିଛି । ଫଳରେ ଡ୍ରେନ ସଫା ହୋଇ ପାରୁନାହିଁ । ପୂର୍ବରୁ ଏହି ବାବଦରେ ନିଷ୍ପତ୍ତି ହୋଇଥିଲା । ତାହାର କାର୍ଯ୍ୟ ଆରମ୍ଭ ହୋଇଛି । ସେ ଗାଡି ଗୁଡିକକୁ ଖୋଜାଯାଇ ନୋଟିସ ଲଗାଯାଉଛି । ୨ରୁ ୩ ଦିନ ଭିତରେ ଗାଡି ମାଲିକ ସେଠୁ ଗାଡି ହଟାଇବ। ଯଦି ନ ଉଠାଇଲା ତେବେ ବିଏମସି ନିଜ ଅକ୍ତିଆରକୁ ନେଇ ଡିସପୋଜାଲ କରିବ ।