ଯଦି ଓଡ଼ିଶାର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ ଅଧିକାରୀ ହତ୍ୟା କରୁଛି, ତାହାଲେ ସାଧାରଣ ଜନତାଙ୍କ ଅବସ୍ଥା କଣ ହେବ? ମାନ୍ୟବର ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ବାଧ୍ୟରେ ମାମଲା ରୁଜୁ କରୁଥିବା ପୋଲିସ ପ୍ରଶାସନ ସାଧାରଣ ଲୋକଙ୍କୁ ସୁରକ୍ଷା ପ୍ରଦାନ ଭଳି ମୁଳ ଦାୟୀତ୍ୱରୁ ଓହରି ଯାଇ କେବଳ ଶାସାକ ବିଜେଡି ନେତା ଓ ମନ୍ତ୍ରୀ ଏବଂ କିଛି ନିର୍ଦ୍ଦିଷ୍ଟ ପ୍ରଶାସନିକ ଅଧିକାରିଙ୍କ ସ୍ୱାର୍ଥ ପାଇଁ ନିୟୋଜିତ ହୋଇଛନ୍ତି । ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ଥିବା ସତ୍ୱେ ଶାସକ ବିଜେଡି ଏବଂ ବିଜେଡି ମୁଖିଆ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଏଥି ପାଇଁ ସଂପୂର୍ଣ୍ଣ ଦାୟୀ । ନବ ଦାସ ହତ୍ୟା ପ୍ରସଙ୍ଗରେ ଅପରାଧୀଙ୍କୁ ବଂଚାଇବା ପାଇଁ ଏବଂ ସତ୍ୟକୁ ଚାପି ଦେବା ପାଇଁ ଓଡିଶାବାସୀଙ୍କୁ ମିଛ ଗପ ଶୁଣାଇବାର କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର ।
ଅତୀତର କିଛି ସମ୍ବେଦଶୀଳ ଘଟଣାର ତଦନ୍ତ ଏବଂ ବର୍ତମାନ ନବ ଦାସ ହତ୍ୟାକାଣ୍ଡ ପରବର୍ତୀ କାର୍ଯ୍ୟକଳାପକୁ ଦେଖିଲେ ପୋଲିସ୍ ବିଭାଗ ନିଜ ବିଶ୍ୱସନୀୟତା ହରାଇଥିବାର ସ୍ପଷ୍ଟ ପରିଲକ୍ଷିତ ହେଉଛି । ରାଜ୍ୟ ସରକାର ସାକ୍ଷୀ ଓ ପ୍ରମାଣର ଲିପାପୋତା ବନ୍ଦ କରି ସତ୍ୟକୁ ପଦାକୁ ଆଣନ୍ତୁ।