ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ମଇଦାନ..
କଟକ: ଆସନ୍ତା ୧୬ତାରିଖରୁ ଆରମ୍ଭ ହେବାକୁ ଯାଉଛି ଲୟର୍ସ କର୍ପୋରେଟ କ୍ରିକେଟ ଲିଗ । ଲୟର୍ସ ରାଉଣ୍ଡ ଟେବୁଲ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ଲିଗରେ ୧୪ଟି ଟିମ ଅଂଶଗ୍ରହଣ କରିବେ । ଦୀର୍ଘ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ନକ ଆଉଟ ଆଧାରରେ ଚାଲିବ । ପ୍ରତ୍ୟେକ ୱିକ ଏଣ୍ଡ ଅର୍ଥାତ ଶନିବାର ରବିବାର ଦିନ ସହରର ବିଭିନ୍ନ ଖେଳ ପଡିଆରେ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡିକ ଖେଳାଯିବ ।
ଓକିଲାତି ଏବଂ କର୍ପୋରେଟ ପେଶାରେ ଜଡିତ ଥିବା କ୍ରିକେଟରମାନେ ଏହି ଟୁର୍ଣ୍ଣାମେଣ୍ଚରେ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ସେମାନଙ୍କୁ କ୍ରିକେଟ ଖେଳିବା ପାଇଁ ପୁଣି ଥିରେ ଏକ ସୁଯୋଗ ଆଣିଦେବା ଏହି କ୍ରିକେଟ ଲିଗର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟିର ସଦସ୍ୟ ।