ଅପହଞ୍ଚ ଇଲାକାରେ ବିଦ୍ୟୁତ୍ ସଂଯୋଗ ଲାଗି oreda ଦାୟିତ୍ଵରେ ଥିବା ଜିଲ୍ଲାସ୍ତରୀୟ କମିଟି ନିୟମିତ କାହିଁକି ବସୁନି ଓ କେବେ ସୁଦ୍ଧା ସବୁ ସବୁ ଗାଁ କୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର। ଏହାର ଉତ୍ତରରେ ଶକ୍ତି ମନ୍ତ୍ରୀ କେଭି ସିଂହ ଦେଓ କହିଛନ୍ତି, 24 ବର୍ଷ ଆପଣ ସରକାରରେ ଥିଲେ। ଆମେ ତିନି ମାସ ହେବ ଆସିଛୁ। କାହିଁକି ଜିଲ୍ଲାସ୍ତରୀୟ କମିଟି ନିୟମିତ ବସୁ ନଥିଲା ସେ କଥା ଆପଣ କହିପାରିବେ। କିନ୍ତୁ ଆମେ ଆଶ୍ବସନା ଦେଉଛୁ ଏଣିକି ନିୟମିତ ବସିବ କମିଟି ବୈଠକ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।
ଅଧିକ ପଢ଼ନ୍ତୁ ଓଡିଶା ଖବର: