ସୂଚନାନୁଯୋଗ୍ୟ, ପୁରୀ ବେଳାଭୂମିରେ ଓଟିଡିସି ତଥା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନର ବ୍ୟବସ୍ଥା କରାଯାଇଥିଲା । ଯାହାକୁ 'ବିଚ୍ ସ୍ନାକ୍ସ' ନାମରେ ଖୋଲିବାର ଯୋଜନା କରାଯାଇଥିଲା । ଯେଉଁ ପାଣିକୁ ମହାପ୍ରଭୁଙ୍କୁ ସ୍ମରଣ କରି ଲୋକେ ମଥାରେ ମାରନ୍ତି, ସେ ପ୍ରତିକୂଳ ଭୋବେ ପ୍ରଭାବିତ ହେବ ।
ଏଣୁ ଏହି ଯୋଜନାକୁ ତୀବ୍ର ବିରୋଧ କରିଥିଲେ ସ୍ଥାନୀୟ ଲୋକ। ଏନେଇ ୨୫ରୁ ଅଧିକ ସଂଗଠନ ଏକାଠି ହୋଇ ଥିବାବେଳେ ଏନେଇ ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟି ଏହି ଯୋଜନା ବନ୍ଦ କରିବା ପାଇଁ ଦାବି କରାଯାଇଥିଲା ।