ସେପଟେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ନିର୍ମାଣ ହୋଇଥିବ ଡାକ୍ତର ତଥା କର୍ମଚାରୀ ମାନଙ୍କ ପାଇଁ ନିର୍ମିତ ହୋଇଥିବା କୋଠରୀ ଗୁଡିକ ମଧ୍ୟ ଭଙ୍ଗାରୁଜା ହୋଇ ପଡ଼ି ରହିଥିବାବେଳେ ଏହାର କୌଣସି ପ୍ରତିକାର ବ୍ୟବସ୍ଥା ହୋଇ ପାରିନାହିଁ। କିନ୍ତୁ ଏବେ ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବରୁ ଥିବା ଏକ ଭଲ ଗୃହକୁ ଭାଙ୍ଗି ନୂତନ ଗୃହ ନିର୍ମାଣ ପାଇଁ ପୂର୍ବରୁ ଥିବା ଗୃହକୁ ଭଙ୍ଗାଯିବାରୁ ଏହାକୁ ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିବା ଦେଖିବାକୁ ମିଳିଛି। ତେବେ ଏନେଇ ସ୍ଥାନୀୟ ସରପଞ୍ଚ ଜିଲ୍ଲାପାଳଙ୍କୁ ଭେଟିଥିବାବେଳେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେପଟେ ଜିଲ୍ଲାପାଳ କହିଛନ୍ତି ମୁଁ ସରପଞ୍ଚଙ୍କ ସହ କଥା ହୋଇ ତାଙ୍କ ବୁଝାଇ ଦେଇଛି। ଖୁବଶୀଘ୍ର ପାଚେରୀ କାମ ପାଇଁ ଚେଷ୍ଟା କରାଯିବ।