ଦିର୍ଘ ମାସମାସ ଧରି ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ବୃଦ୍ଧ ବୃଦ୍ଧା ମାନେ ଅଭିଯୋଗ କରିବାକୁ ପହଁଞ୍ଚିଲେ ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟରେ। କିନ୍ତୁ ଦିନ ୧୧ଟା ବେଳ ପର୍ଯ୍ୟନ୍ତ ବିଭାଗରେ ତାଲା ଝୁଲୁଥିବା ଦେଖି ବିଭାଗ ସମ୍ମୁଖରେ ଠିଆ ହୋଇରହିଥିଲେ ଏକାଧିକ ବୟଷ୍କ ହିତାଧିକାରୀ।
ଶେଷରେ ୧୧ଟା ୧୫ ମିନିଟି ରେ ପହଁଞ୍ଚିଥିଲେ ଜଣେ କର୍ମଚାରୀ ତାଲା ଖୋଲି ଅଫିସ ଭିତରକୁ ଗଲେ। ବୃଦ୍ଧ ବୃଦ୍ଧା ଅଭିଯୋଗ ପତ୍ରଧରି ପହଁଞ୍ଚିବା ବେଳେ ବାହାରେ କାର୍ଯ୍ୟ ଅଛି କହି ୧୧ ଟା ୨୦ ରେ ତାଲାପକାଇ ଚାଲିଗଲେ ସମ୍ପୁକ୍ତ କର୍ମଚାରୀ। ଶେଷରେ ଦିନସାରା ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଅଧିକାରୀ ଙ୍କୁ ଅପେକ୍ଷା କରି ଫେରିଥିଲେ ବୃଦ୍ଧବୃଦ୍ଧା ମାନେ। ପ୍ରଶ୍ନ ଉଠୁଛି ସରକାରୀ ସମୟ ୧୦ଟାରେ କାର୍ଯ୍ୟାଳୟ ଖୋଲିବା କଥା,କାହିଁକି ବିଭାଗରେ ଦିନ ତମାମ ଝୁଲୁଥିଲା ତାଲା?
ଗାଡି ଭଡା କରି ୧୦ କିଲୋ ମିଟର ଦୂରରୁ ଯାଇଥିବା ବୃଦ୍ଧ ବୃଦ୍ଧା ନିରାଶ ହୋଇ ଖାଲି ହାତରେ କାହିଁକି ଫେରିଲେ? ବିଭାଗ ଦାଇତ୍ବର ଥିବା ଅଧିକାରୀ ଙ୍କ ମନମାନି କାର୍ଯ୍ୟପାଇଁ ନିରାଶ ହୋଇ ଫେରିବାକୁ ପଡିଲା ଏକାଧିକ ବୃଦ୍ଧବୃଦ୍ଧାଙ୍କୁ। ଘଟଣାର ତଦନ୍ତ କରିବେ ତ ବରିଷ୍ଠ ଅଧିକାରୀ? ବିଭାଗିଅ ଅଧିକାରୀ ଙ୍କ ବିରୋଧରେ ହେବ ତ କାର୍ଯ୍ୟାନୁଷ୍ଠାନ ?
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।