କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଶେଷରେ ହଳଦିପଦାରେ ବାରିପଦା ଏକ୍ସପ୍ରେସ୍ ରଖିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରେଳ। ପୂର୍ବରୁ ଏହି ଏକ୍ସପ୍ରେସ ହଳଦୀପଦାରେ ରହୁନଥିବା ବେଳେ ଯାତାୟାତ ନେଇ ଅନେକ ସମସ୍ୟାର ସମାଧାନ ହେଉଥିଲେ ଅଞ୍ଚଳବାସୀ। ଏବେ ସବୁ ସମସ୍ୟା ଦୂର ହେବ। ହଲଦୀପଦାରେ ବାରିପଦା ଏକ୍ସପ୍ରେସର ରହିଣୀ ହେତୁ ପାଖାପାଖି ୧୧ଟି ପଞ୍ଚାୟତର ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର