ମୌଳିକ ଅଧିକାର ପାଇଁ ସଂଘର୍ଷ
ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା
ପୁରୀ: ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଶ୍ରୀମନ୍ଦିରେ ବାହୁଡିବେ ଶ୍ରୀଜିଉ । ଆରମ୍ଭ ହୋଇଛି ସେଥିପାଇଁ ପ୍ରସ୍ତୁତି । ଗତକାଲି ତିନି ରଥ ଦକ୍ଷିଣ ମୋଡ଼ ନେଇଥିବାବେଳେ ଆଜି ସଂଧ୍ୟା ଦର୍ଶନ । କିନ୍ତୁ କୋଭିଡ-୧୯ କଟକଣା ପାଇଁ ଚଳିତ ବର୍ଷ ଗୁଣ୍ଡିଚା ମନ୍ଦିରରେ ନବମୀ ସଂଧ୍ୟା ଦର୍ଶନ ବନ୍ଦ ରହିବ । କେବଳ ଦୈନଦିନ ନୀତିକାନ୍ତି ହେବ ।
ଗତକାଲି ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସରିବା ପରେ ଘଣ୍ଟ ଘଣ୍ଟା, କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ଆଜ୍ଞାମାଳ ତିନି ରଥ ନିକଟକୁ ନିଆଯାଇଥିଲା । ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣମୋଡ କରିଥିଲେ । ପରେ ପରେ ତାଳଧ୍ୱଜ ରଥ, ତା ପଛକୁ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ୱାର ସମ୍ମୁଖରେ ଲାଗିଥିଲା ।
Download Argus News App
