ଠୁଟିବର ଗାଁର ଶରତ ସାହୁ ତାଙ୍କ ପରିବାର ସହ ରାତିରେ ଘରେ ସୋଇଥିବା ବେଳେ ସେହି ଗାଁର ନୀଳାମ୍ବର ସୁନା ଆସିକି ଟଙ୍କା ମାଗିବା ସହ ଗଣ୍ଡ ଗୋଳ କରିଥିଲା ପରେ ବନ୍ଧୁକ ଚଳାଇଥିଲେ । ବନ୍ଧୁକ ଗୁଳିରେ ଶରତ ସାହୁ ଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରଥିଲେ l ଏହାକୁ ନେଇ ମୃତକ ଙ୍କ ସ୍ୱାମୀ କୋମନା ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ଏ ନେଇ କୋମନା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ନୂଆପଡା ଏସଡିପିଓ l
ଦାଦା ବଟିକୁ ନେଇ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆପଡା : ଠୁଟିବର ଗାଁରେ ଦାଦା ବଟି କୁ ନେଇ ହତ୍ୟାକାଣ୍ଡ ରେ ମୁଖ୍ୟ ଅଭିଯୁକ୍ତ ଗିରଫ। ନୂଆପଡା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ ଦାଦା ବଟିକୁ ନେଇ ହତ୍ୟାକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କଲା କୋମନା ପୋଲିସ l ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ କରିଛି ପୋଲିସ l
Download Argus News App
