ଛାତ୍ରଛାତ୍ରୀମାନଙ୍କ ପାଠପଢା ବନ୍ଦ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଗଛ ମୂଳେ ବସିଛନ୍ତି।ବଦଳି ହୋଇଥିବା ଶିକ୍ଷକଙ୍କ ପୁନଃ ନିଯୁକ୍ତି ଓ ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ପୁଷ୍ପଲତା ଶ୍ରୀଚନ୍ଦନଙ୍କୁ ଦାୟିତ୍ୱ ହସ୍ତାନ୍ତର ଦାବିରେ ବିଦ୍ୟାଳୟ ପରିଚାଳନା କମିଟି,ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ମୁଖ୍ଯ ଫାଟକରେ ତାଲା ପକାଇଛନ୍ତି।ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ଉପୁଜୁଛି ସମସ୍ୟା।ବିଦ୍ୟାଳୟ ର ୫ଟି ଶ୍ରେଣୀରେ ୯୦ ଜଣ ପିଲା ଶିକ୍ଷା ଲାଭ କରୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି।ଦୁଇଦିନ ଧରି ମୁଖ୍ୟ ଫାଟକରେ ତାଲା ପକାଇବାରୁ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ବାହାରେ ବସିବସି ଘରକୁ ଫେରୁଛନ୍ତି।
ଦୁଇଦିନ ଧରି ବିଦ୍ୟାଳୟରେ ତାଲା ପଡିଥିଲେ ମଧ୍ୟ କୌଣସି ଉପରିସ୍ଥ ଅଧିକାରୀଙ୍କ ଦେଖା ନାହିଁ।ଦାବୀ ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବେ ବୋଲି ଧାରଣକାରୀ ଚେତାବନୀ ଦେଇଛନ୍ତି।