ତିନି ଚାରି ଖଣ୍ଡ ଗାଁର ଲୋକେ ନିର୍ଭର କରୁଥିବା ଏହି ରାସ୍ତାରେ କଲଭର୍ଟ ଆବଶ୍ୟକତାକୁ ଅନୁଭବ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୨୦୧୩ ମସିହାରେ ପ୍ରାୟ ୩ ଲକ୍ଷ ଟଙ୍କା ଅଟକଳରେ ୫୦ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଏହି କଲଭର୍ଟରେ ସୋଠ ପକାଯାଇ କଂକ୍ରିଟ କରଣ କରାଯାଇଥିଲା। ମାତ୍ର ନିମ୍ନ ମାନର ନିର୍ମାଣ ହୋଇଥିବାରୁ ଦୁଇ ବର୍ଷ ତଳେ ଉକ୍ତ କଲଭର୍ଟ ଦେଇ ଭାରିଯାନ ଯିବାଆସିବା କରିବାରୁ କଲଭର୍ଟଟି ଦବିବା ସହିତ ଭାଙ୍ଗି ଗଳି ପଡ଼ିଥିଲା।
ଫଳରେ ସେହି ଦିନ ଠାରୁ ଆଜି ଯାଏଁ କଲଭଟଟି ଅସୁରକ୍ଷିତ ଭାବେ ପଡ଼ିରହିଛି। ଏମିତିକି ସେଇ ଭଙ୍ଗା ଗର୍ତ୍ତରେ ଅନେକ ଥର ଗୋରୁ ଗାଈ, ଅଜଣା ବାଟୋଇ ପଡ଼ି ଖଣ୍ଡିଆଖାବରା ହୋଇଥିବା କଥା କହିଛନ୍ତି ସ୍ଥାନୀୟ ବାସିନ୍ଦା ଏପଟେ ଏହି ରାସ୍ତାରେ ନିର୍ଭର କରୁଥିବା ତିନି ଖଣ୍ଡର ଗାଁର ୫୦୦ ରୁ ଉର୍ଦ୍ଧ ଲୋକେ ,ସ୍କୁଲ ପିଲା,ପାଳିତ ଗୋରୁଗାଈ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଏହି କଲଭଟ ଦେଇ ଦୈନିକ ଯାତାୟାତ କରୁଛନ୍ତି।