ଭୁବନେଶ୍ୱର: ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିଲା ପରେ ଜଣାପଡିବ କେଉଁଠି କେତେ କ୍ଷୟକ୍ଷତି ହୋଇଛି । ଫସଲ ଜନିତ କ୍ଷୟକ୍ଷତିର ରିପୋର୍ଟ ମଧ୍ୟ ମଗାଯାଇଛି । ତେବେ ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।
ବନ୍ୟାଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଯେଉଁ ଅଞ୍ଚଳରେ ବନ୍ୟାପାଣି ମାଡିଥିଲା ସେମାନଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା। ପାଣି ଛାଡିବା ପରେ ସେମାନେ ଘରକୁ ଫେରିଛନ୍ତି । ଗୋଦାବରୀ ନଦୀରେ ବନ୍ୟା ଆଶଙ୍କା କରାଯାଉଛି । ସେଥିପାଇଁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି । ଢେଙ୍କାନାଳ ଓ ମାଲକାନଗିରିର ବିଭିନ୍ନ ଅଂଚଳ ବ୍ୟାପକ ପ୍ରଭାବିତ ହୋଇଛି । କିଛି ରାସ୍ତା କଟଅଫ ରହିଛି । ଆଗକୁ ହେବାକୁ ଥିବା ଆସନ୍ନ ଲଘୁଚାପ ଓ ତତଜନିତ ବର୍ଷା ପାଇଁ ଜିଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି । ବଲାଙ୍ଗୀରରେ କାନ୍ଥ ପଡି ଜଣଙ୍କର ମୃତ୍ୟୁ ଓ ଜଣେ ଗୁରୁତର ଆହତ ଥିବା ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ।
ସୁବର୍ଣ୍ଣପୁର: ମାହୁନ୍ତକୁ କଚାଡି ହାତୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ହାତୀଟି ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି ।
ଆଜି ଧନୁଯାତ୍ରାର ଚତୁର୍ଥ ରଜନୀ । କଂସ ମହାରାଜକୁ ହାତୀ ନେଇଥିବାବେଳେ ହଠାତ୍ ହାତୀଟି ପଳାଇବାରେ ଲାଗିଥିଲା । ମାହୁନ୍ତ ଜଣକ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ଟି ନିୟନ୍ତ୍ରଣ ହରାଇ ମାହୁନ୍ତକୁ କଚାଡି ଦୌଡ଼ି ପଳେଇ ଥିଲା । ତେବେ ଅନ୍ଧାର ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ପାରି ନାହିଁ । ଏବେ ସମସ୍ତେ ହାତୀଟିକୁ ଖୋଜିବାରେ ଲାଗିଥିବାବେଳେ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...