ହେଲେ ନାଚ ଅଧାରୁ ଝିଅ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଯେତେ ଖୋଜା ଖୋଜି କରିବା ପରେ ବି ଝିଅକୁ ପାଇନଥିଲେ । ଗତକାଲି ପରିବାର ଲୋକ ସଦର ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ଗାଁର ଏକ ପଡ଼ିଆରୁ ନାବାଳିକାର ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ହୋଇଛି । ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି, ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି । କେନ୍ଦୁଝର ପୋଲିସ ଓ ସାଇଷ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି ।