ଚାଇଲଡ ହେଲ୍ପ ଲାଇନ ସହାୟତାରେ ଉକ୍ତ ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଚାଇଡ ହେଲ୍ପ ଲାଇନ ପକ୍ଷରୁ ପ୍ରକାଶ କରାଯାଇଛି।
ଲହୁଲୁହାଣ ଅବସ୍ଥାରେ ନାବାଳିକା ଉଦ୍ଧାର

ଅର୍ଗସ ବ୍ୟୁରୋ: ଲହୁଲୁହାଣ ଅବସ୍ଥାରେ ଉଦ୍ଧାର ହେଲା 11 ବର୍ଷର ନାବାଳିକା l ଚାଇଲଡ ହେଲ୍ପ ଲାଇନ ଖବର ପାଇ ରାସ୍ତା କଡ଼ରୁ ଉଦ୍ଧାର କରିଛନ୍ତି। ନାବାଳିକା ଜଣକ ସାଲିଆସାହି ଅଞ୍ଚଳର ହୋଇଥବା ସୂଚନା ମିଳିଛି। ତେବେ ନାବାଳିକା ଜଣକ ଜଣେ ଘରେ କାମ କରୁଥିଲେ। ଅତି ନିର୍ଦ୍ଦୟୀଙ୍କ ଭଳି ତାଙ୍କୁ ମାଡ଼ ମରାଯାଇଛି। ତେବେ ଏଭଳି କୋମଳମତି ଶିଶୁଙ୍କୁ କାମରେ ଲଗାଇ ମାଡ଼ ମରାଯାଉଥିବା ଅତ୍ୟନ୍ତ ହୃଦୟ ବିଦାରକ। ଏଭଳି ବଡ଼ ବଡ଼ିଆ ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଇଲଡ ହେଲ୍ପ ଲାଇନର ସଦସ୍ୟମାନେ ଦାବି କରିଛନ୍ତି।
Download Argus News App
