ସକ୍ରିୟ ହୋଇ ମୌସୁମୀ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହେଉଛି । ସେପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଦୁଇ ଦୁଇଟି ଘୂର୍ଣ୍ଣିବଳୟ ଦାନା ବାନ୍ଦୁଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ତେବେ ତାହା ଲଘୁଚାପରେ ପରିଣତ ହେବ ନି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ଆସୁଛି ମୌସୁମୀ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଦେଲା ଆଶ୍ବସ୍ତିକର ଖବର। ତାତିରୁ ମିଳିବ ତ୍ରାହି। ସକ୍ରିୟ ହେଲା ମୌସୁମୀ। ରବିବାର ଆଣ୍ଡାମାନ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବ ଅନୁମାନ ଅନୁସାରେ ୫ ଦିନ ଆଗରୁ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।
Download Argus News App
